ଚାହୁଁ ଚାହୁଁ ପୁରିଗଲା ୨୦୨୪ ର ଜୀବନକାଳ । ମାତ୍ର ଆଉ କେଇ ଘଣ୍ଟାର ଅପେକ୍ଷା ଜନ୍ମନେବ ବର୍ଷ ୨୦୨୫ । ୩୧ ଡିସେମ୍ବର ଅର୍ଥାତ୍ ଆଜି ସାରା ଦୁନିଆରେ ଜିରୋ ନାଇଟ୍ ବା ନବବର୍ଷକୁ ସ୍ବାଗତ କରିବା ପାଇଁ ଉତ୍ସବ ପାଳନ କରାଯିବ । ଯେମିତି ଘଣ୍ଟାର କଣ୍ଟା ୧୨ ଛୁଇଁବ ସମସ୍ତେ ସମସ୍ତଙ୍କୁ ଶୁଭକାମନା ଜଣାଇବା ଆରମ୍ଭ କରିବେ । ତେବେ ମନରେ ବେଳେବେଳେ ପ୍ରଶ୍ନ ଆସେ ନବବର୍ଷ ପାଳନ କରୁଥିବା ପ୍ରଥମ ଦେଶର ନାଁ କ’ଣ? ଆଜି ଆସନ୍ତୁ ସେ ବିଷୟରେ ନଜର ପକାଇବା । ସେଣ୍ଟ୍ରଲ୍ ପେସିଫିକ୍ ଓସିୟନରେ ଓସିନିଆର ମାଇକ୍ରୋନେସିୟା ସବ୍ ରିଜନ୍ ରେ ଗୋଟିଏ ଆଇଲ୍ୟାଣ୍ଡ ଦେଶ କିରିବାତୀ ରହିଛି । ନବବର୍ଷ ୨୦୨୫ ପ୍ରବେଶ କରିବାର ପ୍ରଥମ ଦେଶ ହେବ କିରିବାତୀ । ନବବର୍ଷର ଉତ୍ସବ ପାଳୁଥିବା ସବୁଠାରୁ ଶେଷ ଦେଶ ହେବ ହାଉଲେଣ୍ଡ ଆଇଲ୍ୟାଣ୍ଡ ଏବଂ ବେକର୍ ଆଇଲ୍ୟାଣ୍ଡ ।
ସର୍ବପ୍ରଥମେ ୨୦୨୫ ଅର୍ଥାତ୍ ନବବର୍ଷକୁ ସ୍ବାଗତ କରିବ କିରିବାତୀ । ଏହି ଦେଶ ରିପବ୍ଲିକ୍ ର ଅଂଶ ହୋଇଥିବାରୁ ସର୍ବପ୍ରଥମେ ଏଠାରେ ପାଳନ କରାଯିବ ନୂଆବରଷ । ଏହି ଦେଶକୁ କିରିଟିମାଟୀ (କ୍ରିସମାସ୍ ଆଇଲ୍ୟାଣ୍ଡ୍) ମଧ୍ୟ କୁହାଯାଏ । ଏହାପରେ ନ୍ୟୁଜିଲ୍ୟାଣ୍ଡ , ଋଷ୍ , ଅଷ୍ଟ୍ରେଲିୟା , ଜାପାନ୍ , ଦକ୍ଷିଣ କୋରିଆ ,ଚୀନ୍ , ଫିଲିପିନ୍ସ , ଇଣ୍ଡୋନେସିଆ , ଥାଇଲ୍ୟାଣ୍ଡ୍ , ମିଆଁମାର , ବାଙ୍ଗଲାଦେଶ , ନେପାଳ , ଭାରତ , ଶ୍ରୀଲଙ୍କା , ପାକିସ୍ତାନ ,ଆଫଗାନିସ୍ତାନ ,ଅଜରବେଜାନ୍ , ଇରାନ୍ , ମସ୍କୋ ,ଗ୍ରୀସ୍ , ଜର୍ମାନୀରେ ପାଳନ ହେବ ନ୍ୟୁ ଇୟର୍ । ଏହାପରେ ୟୁନାଇଟେଡ୍ କିଙ୍ଗଡମ୍ , ବ୍ରାଜିଲ୍ , କାନାଡା ଏବଂ ଆମେରିକା ଓ ସର୍ବଶେଷରେ ହାଉଲେଣ୍ଡ ଆଇଲ୍ୟାଣ୍ଡରେ ପାଳନ କରାଯିବ ନବବର୍ଷ ।
୩୧ ଡିସେମ୍ବର ଦ୍ବିପ୍ରହର ସାଢେ ୧ (IST) ସମୟରେ କିରିବାତୀ ପ୍ରଥମେ ନବବର୍ଷକୁ ସ୍ବାଗତ କରିବ । ଏହାପରେ ଦ୍ବିପ୍ରହର ୩.୪୫ ସମୟରେ ଚେଥମ୍ ଆଇଲ୍ୟାଣ୍ଡ ପାଳିବ ନ୍ୟୁଇୟର୍ ।
ସଂନ୍ଧ୍ୟା ୪.୩୦ ସମୟରେ : ନ୍ୟୁଜିଲ୍ୟାଣ୍ଡ
ସଂନ୍ଧ୍ୟା ୫.୩୦ ସମୟରେ : ଋଷ୍
ସଂନ୍ଧ୍ୟା ୬.୩୦ ସମୟରେ : ଅଷ୍ଟ୍ରେଲିଆର ମେଲବର୍ଣ୍ଣ , ସିଡନୀ , କେନବରା , ହୋନିୟାରା
ସଂନ୍ଧ୍ୟା ୭ ଟା ସମୟରେ : ଏଡିଲେଡ୍ , ବ୍ରୋକନ୍ ହିଲ୍ , ସେଡନା
ରାତି ୭.୩୦ ସମୟରେ : ବ୍ରିସବେନ୍ , ପୋର୍ଟ ମୋରେସବି , ଟେନେଣ୍ଟ୍ କ୍ରିକ୍
ରାତି ୮ ଟା ସମୟରେ : ଡାର୍ବିନ୍ , ଏଲିସ୍ ସ୍ପ୍ରିଙ୍ଗ୍ସ
ରାତି ୮ .୩୦ ଟା ସମୟରେ : ଜାପାନ , ଦକ୍ଷିଣ କୋରିଆ , ଟୋକିଓ , ସିୟୋଲ୍ , ବ୍ୟୋଗୟାଙ୍ଗ୍ , ଡିଲି , ନଗେରୁଲମୁଦ୍
ରାତି ୯.୩୦ ଟା ସମୟରେ : ଚୀନ୍ ଓ ଫିଲିପିନ୍ସ
ରାତି ୧୦.୩୦ ଟା ସମୟରେ : ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ୍
ରାତି ୧୧ ଟା ସମୟରେ : ମିଆଁମାର୍
ରାତି ୧୧.୩୦ ସମୟରେ : ବାଙ୍ଗଲାଦେଶ
ରାତି ୧୧.୪୫ ସମୟରେ : ନେପାଳର କାଠମାଣ୍ଡୁ , ପୋଖରା , ବିରାଟନଗର , ଧରାନ୍
ମଧ୍ୟରାତ୍ରୀ ୧୨ ଟା ସମୟରେ : ଭାରତ ଓ ଶ୍ରୀଲଙ୍କା
ମଧ୍ୟରାତ୍ରୀ ୧୨ .୩୦ ଟା ସମୟରେ : ପାକିସ୍ତାନ
ମଧ୍ୟରାତ୍ରୀ ୧ ଟା ସମୟରେ : ଆଫଗାନିସ୍ତାନ
ଅଜରବେଜାନ୍ , ଇରାନ୍ , ମସ୍କୋ , ଗ୍ରୀସ୍ ଏବଂ ଜର୍ମାନୀ ମଧ୍ୟ ଏହି ଲିଷ୍ଟରେ ସାମିଲ୍ ରହିଛି ।
ଜାନୁଆରୀ ୧ ସକାଳ ସାଢେ ୫ ଟାରେ ୟୁନାଇଟେଡ୍ କିଙ୍ଗଡମ୍ ନୂଆବର୍ଷର କରିବ ସ୍ବାଗତ । ଏହି ସମୟରେ ବ୍ରାଜିଲ୍ ଏବଂ ନ୍ୟୁଫାଉଡଲ୍ୟାଣ୍ଡ ମଧ୍ୟ ନବବର୍ଷ ପାଳିବ । ଭାରତୀୟ ସମୟ ସକାଳ ସାଢେ ୯ ଟାରୁ ଦ୍ବିପ୍ରହର ୧.୩୦ ସମୟ ପର୍ୟ୍ୟନ୍ତ କାନାଡା ଏବଂ ସଂଯୁକ୍ତ ରାଜ୍ୟ ଆମେରିକା ପାଳନ କରିବ ନବବର୍ଷ । ମାର୍କେସାସ୍ ଆଇଲ୍ୟାଣ୍ଡ୍ ସମୂହ ଏବଂ ଆମେରିକା ସମୋଆ ଏହାର ଅନୁସରଣ କରିବେ ଏବଂ ସର୍ବଶେଷରେ ଭାରତୀୟ ସମୟାନୁସାରେ ସଂନ୍ଧ୍ୟା ୫.୫୦ ବେଳେ ଦୁରୁସ୍ତ ଦ୍ବୀପ ହାଉଲ୍ୟାଣ୍ଡ ଆଇଲ୍ୟାଣ୍ଡ ଏବଂ ବେକର୍ ଆଇଲ୍ୟାଣ୍ଡ ନବବର୍ଷର ଉତ୍ସବ ପାଳିବେ ।