କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ମିସାଇଲ । ମେ' ୭ ତାରିଖରେ ଭାରତୀୟ ସେନା ମିସାଇଲ ସହାୟତାରେ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଆଡ୍ଡାଗୁଡିକୁ ନଷ୍ଟ କରିଦେଇଥିଲା । ଏହାସହ ଭାରତ ତରଫରୁ ବ୍ରହ୍ମୋସ୍ ମିସାଇଲ ବ୍ୟବହାର କରି ପାକିସ୍ତାନ ସେନାକୁ ନାକେଦମ୍ କରିଥିଲା । ତେବେ ଆସନ୍ତୁ ଜାଣିବା ଶତ୍ରୁର ଠିକଣାକୁ ଆଖି ପିଛୁଳାକେ ନଷ୍ଟ କରିପାରୁଥିବା ଏହି ମିସାଇଲ ମଧ୍ୟରୁ ବିଶ୍ୱର କେଉଁ ଦେଶ ପାଖରେ ରହିଛି ସବୁଠାରୁ ଘାତକ ଓ ଦାମୀ ମିସାଇଲ ।
ରିପୋର୍ଟ ମୁତାବକ ଟ୍ରାଇଡେଣ୍ଟ ହେଉଛି ବିଶ୍ୱର ସବୁଠାରୁ ଦାମୀ ଓ ଘାତକ ମିସାଇଲ । ଗୋଟିଏ ଟ୍ରାଇଡେଣ୍ଟ ମିସାଇଲର ଦାମ୍ ୫୩୮ କୋଟି ୯୩ ଲକ୍ଷ ୬୭ ହଜାର ୭୫୦ ଟଙ୍କା ପାଖାପାଖି । ଏହି ମିସାଇଲକୁ ସବମେରିନ ସହାୟତାରେ ଲଞ୍ଚ୍ କରାଯାଏ । ଆମେରିକା ଜଳସେନାରେ ସାମିଲ ଏହି ମିସାଇଲକୁ ସବୁଠୁ ଉନ୍ନତ ବାଲାଷ୍ଟିକ୍ ମିସାଇଲ ଭାବେ ଗଣନା କରାଯାଏ । ଆମେରିକା ଏହାକୁ ଶତ୍ରୁର ପରମାଣୁ ଅସ୍ତ୍ରକୁ ଧ୍ୱଂସ କରିବା ଲକ୍ଷ୍ୟରେ ବ୍ୟବହାର କରିବାକୁ ପ୍ରସ୍ତୁତ କରିଛି । ଏହାକୁ ବିଶ୍ୱର ସବୁଠାରୁ ଘାତକ ମିସାଇଲ ଭାବେ ଗଣନା କରାଯାଉଛି । ଏହି ମିସାଇଲର ଓଜନ ୮୦ ଟନ୍ ହୋଇଥିବା ବେଳେ ଏହାର ଲମ୍ବ ୪୪ ଫୁଟ । ଏହି ମିସାଇଲ ଗୋଟିଏ ସମୟରେ ଶତ୍ରୁର ବିଭିନ୍ନ ଠିକଣା ଉପରେ ଆକ୍ରମଣ କରିପାରେ ।
ଟ୍ରାଇଡେଣ୍ଟ ମିସାଇଲକୁ ସମୟ ସମୟରେ ଅପଡେଟ୍ କରାଯାଉଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୧୧.୫୦୦ କିଲୋମିଟରରୁ ଅଧିକ । ଏହା ବ୍ୟତିତ ଏହାକୁ ଜଳ ଜାହାଜରୁ ଲଂଚ୍ କରାଯାଇପାରେ ।