କନକ ବ୍ୟୁରୋ : ବିଶ୍ବର ଏପରି ଅନେକ ଦେଶ ଅଛନ୍ତି ଯାହାଙ୍କର ତୈଳ ଉପରେ ତାଙ୍କର ଅର୍ଥବ୍ୟବସ୍ଥା ନିର୍ଭର କରିଥାଏ । ଅଶୋଧିତ ତୈଳ ମାଧ୍ୟମରେ ହିଁ ପେଟ୍ରୋଲ-ଡିଜେଲ ରୁ ନେଇ ବିମାନ ଇନ୍ଧନ ପର୍ଯ୍ୟନ୍ତ ବ୍ୟବସାୟ ହୋଇଥାଏ । ଆଉ ଏହାର ଦର୍ ରେ ମଧ୍ୟ ଉଥାନ୍ ପତନ ହୋଇଥାଏ । ଯାହାଦ୍ବାରା ଅନେକ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି କିମ୍ବା ହ୍ରାସ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରେ । ସବୁଠାରୁ ବଡ଼ କଥା ହେଉଛି ଯେଉଁ ଦେଶ ପାଖରେ ତୈଳ ଭଣ୍ଡାର ଅଧିକ ଯଦି ସେହି ଦେଶର ଖରାପ ଅବସ୍ଥା ଆସେ ତେବେ ଅନ୍ୟ ଦେଶ ମଧ୍ୟ ଚିନ୍ତାରେ ପଡିଯାଅନ୍ତି । ଯାହାର ଉଦାହରଣ ନିକଟରେ ହୋଇଥିବା ଇସ୍ରାଏଲ ଏବଂ ଇରାନ ଯୁଦ୍ଧ । ଯୁଦ୍ଧ ସମୟରେ ବିଶ୍ୱ ତୈଳ ସଙ୍କଟ ଅନୁଭବ କରିଥିଲା । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଯେଉଁ ଦେଶମାନଙ୍କ ପାଖରେ ସର୍ବାଧିକ ତୈଳ ଭଣ୍ଡାର ଅଛି ସେମାନଙ୍କର ଅର୍ଥନୀତି ଦୃଢ଼, କାରଣ ଏହି କ୍ଷେତ୍ରରେ ସବୁଠାରୁ ଆଗରେ ରହିଥିବା ଦେଶ ମାଳୀର ଆର୍ଥିକ ଅବସ୍ଥା ଏବେ ସାଙ୍ଘାତିକ ।
ଏହି ଦେଶ ପାଖରେ ଅଛି ସବୁଠାରୁ ବଡ଼ ତୈଳ ଭଣ୍ଡାର
ଯଦିଓ ସାଉଦି ଆରବ ଠାରୁ ନେଇ ଇରାନ, ଇରାକ ଏବଂ ଋଷ ପର୍ଯ୍ୟନ୍ତ ଅଶୋଧିତ ତୈଳକୁ ନେଇ ବଡ଼ ବଡ଼ ଦାବୀ କରି କରାଯାଉଥାଏ କିନ୍ତୁ ଏମାନେ ଏହି କ୍ଷତ୍ରରେ ଏକ ନମ୍ବର ଦେଶ ହୋଇପାରିନାହାଁନ୍ତି । ୱାର୍ଲ୍ଡମିଟରରେ ଉପଲବ୍ଧ ଥିବା ତଥ୍ୟକୁ ଯଦି ଦେଖିବା ତେବେ ସର୍ବ ପ୍ରଥମେ ବେନେଜୁଏଲା ର ନାମ ଆସିବ । ବେନେଜୁଏଲା ନିକଟରେ ୩୦୩,୦୦୮ ମିଲିୟନ ବ୍ୟାରେଲ ତୈଳ ଭଣ୍ଡାର ଅଛି । ଏହି ଦେଶ ତୈଳ ସମ୍ପନ୍ନ ଥାଇ ମଧ୍ୟ ଦେଶର ଆର୍ଥିକ ସ୍ଥିତ ବହୁତ ଖରାପ। ଏଠାକାର ୮୦ ପ୍ରତିଶତ ରୁ ଅଧିକ ଲୋକ ଦ୍ରାରିଦ୍ର୍ୟତା ମଧ୍ୟରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ଏହା ସହିତ, ଏହି ଦେଶ ବିଶ୍ୱର ସର୍ବାଧିକ ମୁଦ୍ରାସ୍ଫୀତି ହାର ଥିବା ଶ୍ରେଷ୍ଠ-୫ ଦେଶ ତାଲିକାରେ ଅନ୍ତର୍ଭୁକ୍ତ।
ବେନେଜୁଏଲା ପରେ ଆସୁଛି ଏହି ଦେଶଙ୍କ ନାମ
ବେନେଜୁଏଲା ପରେ ସବୁଠାରୁ ଅଧିକ ତୈଳ ଥିବା ଦେଶମାନଙ୍କ ମଧ୍ୟରେ ସାଉଦି ଆରବର ନାଁ ଆସିଥାଏ । ଏହି ଦେଶ ପାଖରେ ୨୬୭,୨୩୦ ମିଲିୟନ ବ୍ୟାରେଲ ତୈଳ ଭଣ୍ଡାର ମହଜୁଦ୍ (୨୦୨୩ ରିପୋର୍ଟ ଅନୁସାରେ )