ଡି-ଲିମିଟେସନକୁ ନେଇ ନେତାଙ୍କ ଭିତରେ ଛନକା । ଭାଙ୍ଗିବ କେଉଁ ନିର୍ବାଚନ ମଣ୍ଡଳୀ ?

Advertisment

ଡି-ଲିମିଟେସନକୁ ନେଇ ନେତାଙ୍କ ଭିତରେ ଛନକା । ସୀମା ପୁନଃ ନିର୍ଦ୍ଧାରଣ ହେଲେ, ଭାଙ୍ଗିବ କାହା ନିର୍ବାଚନମଣ୍ଡଳୀ, ନୂଆରେ ଯୋଡି ହେବ କେଉଁ ଅଞ୍ଚଳ । ରାଜନୀତି ସମୀକ୍ଷକଙ୍କ ମତ, ଜନସଂଖ୍ୟାକୁ ଆଧାର କରି ବଢ଼ିବ ଲୋକସଭା, ବିଧାନସଭା ଆସନ ।

ଡି-ଲିମିଟେସନକୁ ନେଇ ନେତାଙ୍କ ଭିତରେ ଛନକା । ସୀମା ପୁନଃ ନିର୍ଦ୍ଧାରଣ ହେଲେ, ଭାଙ୍ଗିବ କାହା ନିର୍ବାଚନମଣ୍ଡଳୀ, ନୂଆରେ ଯୋଡି ହେବ କେଉଁ ଅଞ୍ଚଳ । ରାଜନୀତି ସମୀକ୍ଷକଙ୍କ ମତ, ଜନସଂଖ୍ୟାକୁ ଆଧାର କରି ବଢ଼ିବ ଲୋକସଭା, ବିଧାନସଭା ଆସନ ।

09-constituency

କନକ ବ୍ୟୁରୋ: ଦୀର୍ଘ ୪୭ ବର୍ଷ ପରେ  ବଦଳିପାରେ ଦେଶର ରାଜନୈତିକ ଚିତ୍ର । ବଦଳିବ ନିର୍ବାଚନମଣ୍ଡଳୀ ଗୁଡିକର ସୀମା। ଖୁବଶୀଘ୍ର ଏଥିପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଓଡ଼ିଶାର କେଉଁ ଲୋକସଭା କ୍ଷେତ୍ର ଭାଙ୍ଗିବ ଏବଂ କେଉଁ ଆସନ ନୂଆ ହେବ ତାକୁ ନେଇ ଆଲୋଚନା ଚାଲିଛି । ଓଡିଶାର ଲୋକସଭା ଆସନ ୨୧ ବଦଳରେ ୨୮  ହେବ ବୋଲି କୁହାଯାଉଛି । କୁହାଯାଉଛି, ସୀମା ପୁନଃନିର୍ଦ୍ଧାରଣ ସମୟରେ ଜନସଂଖ୍ୟା ହେବ ବଡ଼ ମାନଦଣ୍ଡ । ଅର୍ଥାତ  ଯେଉଁ ସଂସଦୀୟ କ୍ଷେତ୍ରରେ ଲୋକସଂଖ୍ୟା ଅଧିକ, ତାକୁ ଭଙ୍ଗାଯାଇ ନୂଆ ଆସନ ସୃଷ୍ଟି ହୋଇପାରେ । ଏବେ ଓଡିଶାର ୨୧ ସଂସଦୀୟ କ୍ଷେତ୍ର ଭିତରୁ କିଛି ଆସନ ଅଛି ଯେଉଁଠି ୨୦୨୪ ନିର୍ବାଚରେ ଭୋଟର ସଂଖ୍ୟା ବଢିଛି । ତେଣୁ ଯଦି ଆଗକୁ ଡିଲିମିଟେସନ ହୁଏ, ଏହି ଆସନର ପାଳି ପଡିପାରେ ବୋଲି ଚର୍ଚ୍ଚା ହେଉଛି । ଶେଷ ଥର ପାଇଁ ୧୯୭୭ରେ ଓଡିଶାର ବିଧାନସଭା ଆସନ ବଢିଥିଲା । ୧୪୦ରୁ ବଢି ୧୪୭ରେ ପହଞ୍ଚିଥିଲା । ଡିଲିମିଟେସନ ହେଲେ ଲୋକସଭା ଅନୁପାତରେ ବିଧାନସଭା ଆସନ ସଂଖ୍ୟା ୧୯୬କୁ ବୃଦ୍ଧି ପାଇପାରେ ।  
 
ସଂସଦୀୟକ୍ଷେତ୍ର                         ଭୋଟର
ବଲାଙ୍ଗିର                               ୧୮, ୦୩, ୫୪୪
କଲାହାଣ୍ଡି                              ୧୭, ୦୨ ,୦୩୮
କେନ୍ଦ୍ରାପଡ଼ା                             ୧୭, ୯୫, ୭୨୫
ଜଗତସିଂହପୁର                        ୧୭, ୦୩, ୪୮୯
ମୟୂରଭଞ୍ଜ                            ୧୫, ୪୬, ୨୭୪
ସୁନ୍ଦରଗଡ଼                              ୧୫, ୭୯, ୦୯୬
ଭଦ୍ରକ                                   ୧୭, ୭୩, ୯୨୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe