କନକ ବ୍ୟୁରୋ : ଦୀପାବଳି, କାଳୀପୂଜା ପରେ ପଞ୍ଚକ ବ୍ରତ ପାଳନକୁ ନେଇ ଦ୍ବନ୍ଦ୍ବ । କେଉଁଦିନଠାରୁ ପଞ୍ଚକ ବ୍ରତ ପାଳନ ହେବ ତାକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ଶ୍ରଦ୍ଧାଳୁ । କାର୍ତିକ ପୂର୍ଣ୍ଣିମା ଶୁକ୍ରବାର ପଡୁଥିବାରୁ ସୋମବାରଠାରୁ ପଞ୍ଚକ ବ୍ରତ ବୋଲି ଲୋକେ ଧରି ନେଇଛନ୍ତି । କିନ୍ତୁ ପାଞ୍ଜି ଅନୁସାରେ ୧୨ ତାରିଖରୁ ପଞ୍ଚକ ବ୍ରତ ପାଳିବେ ବ୍ରତଧାରୀ। ଅର୍ଥାତ ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ଚଳିତ ବର୍ଷ ପଞ୍ଚକ ଚାରିଦିନ ହେବ ବୋଲି କହିଛନ୍ତି ପଣ୍ଡିତ । 

Advertisment

ପଞ୍ଚକ ବ୍ରତ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା କରାଯାଇଛି । ତେବେ ଏବର୍ଷ ମହାପ୍ରଭୁଙ୍କର ପଞ୍ଚକରେ ପାଞ୍ଚଟି ବେଶ ପରିବର୍ତ୍ତେ ମହାପ୍ରଭୁଙ୍କର ୪ଟି ବେଶରେ ଦର୍ଶନ ଦେବେ । ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ବିତୀୟ ଦନି ବାଙ୍କଚୁଳ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ ।