କନକ ବ୍ୟୁରୋ : ମଣ୍ଡି ପରିଚାଳନା ଓ କଟନୀ ଛଟନୀକୁ ନେଇ ବର୍ଷିଲା ଚାଷୀ ସଂଗଠନ । ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଚାଷୀ । ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ଏକ ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଛନ୍ତି । ବିଶେଷ କରି ମଣ୍ଡି ପରିଚାଳନା ପାଇଁ ଆସୁଥିବା ଟଙ୍କା  ଗତ୨୪ ବର୍ଷ ଧରି କୁଆଡେଗଲା ଏବଂ  ଏବେ କୁଆଡେ ଯାଉଛି ବୋଲି ଚାଷୀ ସଂଗଠନ ପ୍ରଶ୍ନ କରିଛି । 

Advertisment

ଏଥିସହ  କଟନୀଛଟନୀ ହେବ ନାହିଁ ବୋଲି ସରକାର ପୂର୍ବରୁ କହିଥିବା ବେଳେ ଏବର୍ଷ ଅଧିକ କଟନୀଛଟନୀ ହେଉଥିବା ଚାଷୀ ସଂଗଠନ ଅଭିଯୋଗ କରିଛି । ତାସହ ଏଫଏକ୍ୟୁ ଧାନ ନାଁରେ ଚାଷୀମାନଙ୍କୁ ହଇରାଣ କରାଯାଉଥିବା ମଧ୍ୟ ସଂଗଠନ କହିଛି ।