କନକବ୍ୟୁରୋ : ବିବାଦ ଘେରରେ କବି ସୁର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନ। ପ୍ରକୃତରେ କେଉଁଠି ଜନ୍ମଗ୍ରହଣ କରିଥିଲେ। କେଉଁଠି ତାଙ୍କ କର୍ମସ୍ଥାନ। ଏହାକୁ ନେଇ ଗଂଜାମ ଜିଲ୍ଲା ଖଲ୍ଲିକୋଟର ଦୁଇ ଅଂଚଳ ମଧ୍ୟରେ ଲାଗିଛି ବିବାଦ। ଟଣାଓଟରା ଭିତରେ ଅଟକି ଯାଇଛି କବିସୂର୍ଯ୍ୟଙ୍କ ଜନ୍ମସ୍ଥାନର ବିକାଶ। କବିସୂର୍ଯ୍ୟ ବଳଦେବ ରଥ। ଜଣେ ସୃଜନଶୀଳ ସାହିତ୍ୟ ସ୍ରଷ୍ଟା। କବିଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମ ଏବଂ ତାଙ୍କର ଏକ ବଡ଼ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଚିନ୍ତା କରୁଛନ୍ତି ସରକାର ।
ଆଉ ଏତିକି ବେଳେ ତାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ଗଞ୍ଜାମ ଜିଲ୍ଲାର ଦୁଇଟି ଅଞ୍ଚଳ ମଧ୍ୟରେ ଛକାପଞ୍ଝା ଲାଗିଛି । ଆଠଗଡ଼ର ପାଟଣା କବିଙ୍କ ଜନ୍ମ ଓ କର୍ମ ସ୍ଥାନ ବୋଲି କବିସୂର୍ଯ୍ୟ ସ୍ମତି କମିଟି ସହ ସାହିତ୍ୟିକ ଓ ଗବେଷକ ଦାବି କରୁଛନ୍ତି । ସେମାନଙ୍କ ମତରେ ବଳଦେବଙ୍କ ଅନେକ ପୁସ୍ତକରେ ଏନେଇ ଉଲ୍ଲେଖ ରହିଛି। ଅନ୍ୟପଟେ ବଡଖେମୁଣ୍ଡିର ବିଜୟନଗର କବିଙ୍କ ଜନ୍ମସ୍ଥାନ ବୋଲି କୁହନ୍ତି ଦିଗପହଣ୍ଡି ଅଞ୍ଚଳବାସୀ । ବିଜୟନଗରକୁ ଆଦର୍ଶ ଗ୍ରାମ ରୁପେ ଘୋଷଣା ଦାବି କରିଛନ୍ତି। ଏ ସଂପର୍କିତ ସମସ୍ତ ପ୍ରମାଣ ଗଞ୍ଜାମ ଜିଲ୍ଳାପାଳଙ୍କ ପାଖରେ ଉପସ୍ଥାପନା କରିବେ ବୋଲି କହିଛନ୍ତି।
ଆଠଗଡ ପାଟଣାରେ ତାଙ୍କର ଏକ ପ୍ରତିମୂର୍ତ୍ତି ଥିବା କୋଠରରେ ତାଲା ଝୁଲୁଛି । କିର୍ତ୍ତୀରାଜି ସବୁ ଭୁଲୁଣ୍ଡିତ ହେବା ଅବସ୍ଥାରେ। ସେଥିପ୍ରତି କାହାର ନଜର ନାହିଁ। ଯେଉଁ କବିଙ୍କ ଲେଖନୀଶୈଳୀକୁ ଅନ୍ୟ କବିମାନେ ପ୍ରଶଂସା କରିବାକୁ କୁଣ୍ଠା ବୋଧ କରୁନଥିଲେ। ସେହିଭଳି ଜଣେ ସ୍ରଷ୍ଟାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/31/ZVhW4aMwA6EE2kIhdTfs.jpg)