ଡେଉଁଛି କି ବାର୍ଡ ଫ୍ଲୁ ସଂକ୍ରମଣ? ପିପିଲି ପରେ ନିମାପଡ଼ାରେ କୁକୁଡ଼ା ମଡ଼କ

Advertisment

ଭୟ ବଢ଼ାଇଲାଣି ବାର୍ଡ ଫ୍ଲୁ। ପିପିଲି ପରେ ଏହା ପୁରୀ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବ୍ୟାପିବା ଆରମ୍ଭ କରି ଦେଲାଣି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛି। ପିପିଲି ଓ ସତ୍ୟବାଦୀରେ ୩୦ ହଜାରରୁ ଅଧିକ କୁକୁଡ଼ା ମରାଯାଇଛି।

ଭୟ ବଢ଼ାଇଲାଣି ବାର୍ଡ ଫ୍ଲୁ। ପିପିଲି ପରେ ଏହା ପୁରୀ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବ୍ୟାପିବା ଆରମ୍ଭ କରି ଦେଲାଣି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛି। ପିପିଲି ଓ ସତ୍ୟବାଦୀରେ ୩୦ ହଜାରରୁ ଅଧିକ କୁକୁଡ଼ା ମରାଯାଇଛି।

efe

କନକ ବ୍ୟୁରୋ: ଭୟ ବଢ଼ାଇଲାଣି ବାର୍ଡ ଫ୍ଲୁ। ପିପିଲି ପରେ ଏହା ପୁରୀ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବ୍ୟାପିବା ଆରମ୍ଭ କରି ଦେଲାଣି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛି। ପିପିଲି ଓ ସତ୍ୟବାଦୀରେ ୩୦ ହଜାରରୁ ଅଧିକ କୁକୁଡ଼ା ମରାଯାଇଛି। ସେପଟେ ଅନ୍ୟ ଜିଲ୍ଲାକୁ ଯେପରି ନବ୍ୟାପିବ ସେଦିଗରେ ମଧ୍ୟ ସତର୍କତା ଅବଲମ୍ୱନ କରାଯାଉଛି।

ପୁରୀ ଜିଲ୍ଲା ପିପିଲିରୁ ନିମାପଡ଼ା ଓ ଡେଲାଙ୍ଗକୁ ଡେଇଁଲା କି ବାର୍ଡ ଫ୍ଲୁ ? ଶହ ଶହ କୁକୁଡ଼ାଙ୍କ ମୃତ୍ୟୁ ବଢ଼ାଇଲା ସନ୍ଦେହ । ଶହଶହ କୁକୁଡ଼ା ମରିବା ପରେ ବାର୍ଡ ଫ୍ଲୁ ବ୍ୟାପିଥିବା ଆଶଙ୍କା କରଯାଉଛି। ରାପିଡ ରେସପନ୍ସ ଟିମ୍ ଫାର୍ମ ନିକଟକୁ ଯାଉନଥିବାରୁ ନିଜେ ଚାଷୀ ମଲା କୁକୁଡ଼ାଙ୍କୁ ପୋତୁଛନ୍ତି । କିଛି ସ୍ଥାନରେ ମଲା କୁକୁଡ଼ାଙ୍କୁ ନାଳ, ନର୍ଦ୍ଦମା ଓ କେନାଲରେ ଫୋପାଡ଼ି ଦେଉଛନ୍ତି ଚାଷୀ। ଗଂଜାମ ଖଲ୍ଲିକୋଟରେ ବାର୍ଡ ଫ୍ଲ ସଂକ୍ରମଣ ଭୟରେ ଆଗୁଆ ପଦକ୍ଷେପ ନେଇଛି ପ୍ରାଣୀ ବିଭାଗ। ବିଭିନ୍ନ ଫାର୍ମରୁ କୁକୁଡ଼ାଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ଦ୍ବନ୍ଦ୍ବ ତୁଟିଛି । ପୁଣେ ପଠାଯାଇଥିବା ନମୂନା ନେଗେଟିଭ୍ ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ନିରାକରଣ ଦୃଷ୍ଟିରୁ ଜଣଙ୍କୁ ସଂଗରୋଧରେ ରଖାଯାଇଛି । ଏଥିସହ ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ସେପଟେ ବାର୍ଡ ଫ୍ଲୁ ଯୋଗୁଁ କ୍ଷତି ସହୁଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ । ଅଲଗା ଜିଲ୍ଲାକୁ କିପରି ବାର୍ଡ ଫ୍ଲୁ ନ ବ୍ୟାପିବ ସେଥିପ୍ରତି ବିଭାଗ ସଚେତନ ଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ।

ପିପିଲିରେ ଜ୍ବର, ଥଣ୍ଡା, କାଶ ବ୍ୟାପୁଥିବାରୁ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ। ପିପିଲି ଓ ସତ୍ୟବାଦୀରେ ୩୦ ହଜାରରୁ ଅଧିକ କୁକୁଡ଼ା ମରାଯାଇଛି। କଟକ ଫୁଲନଖରାସ୍ଥିତ ରାଜ୍ୟ ମୁଖ୍ୟ ପଶୁ ରୋଗ ଗବେଷଣା କେନ୍ଦ୍ରରେ ରାଜ୍ୟର ୨୬ ହଜାର ୬୩ ସନ୍ଦିଗ୍ଧ ବାର୍ଡ ଫ୍ଲୁ ସାମ୍ପୂଲ୍ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ ୫୫ ଟି ବାର୍ଡ ଫ୍ଲୁ ସାମ୍ପୁଲ୍ ପଜିଟିଭ ଚିହ୍ନଟ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe