କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଫେରିନି ଆହୁରି ୬୬୯୧ କୋଟିର ଦୁଇ ହଜାର ଟଙ୍କିଆ । ଆରବିଆଇ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯାଇଥିଲା। ସେତେବେଳେ ବଜାରରେ ୩ ଲକ୍ଷ ୫୬ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ଥିଲା । ସେଥିରୁ ୯୮.୧୨ ପ୍ରତିଶତ ନୋଟ୍ ଫେରିଆସିଥିବା ବେଳେ ଆହୁରି ୬୬୯୧ କୋଟି ଟଙ୍କାର ଦୁଇହଜାର ଟଙ୍କିଆ ଫେରିବା ବାକି ରହିଛି । ଭୁବନେଶ୍ବର ସମେତ ଦେଶର ୧୯ଟି ସ୍ଥାନରେ ରିଜର୍ଭ ବ୍ୟାଙ୍କର ଥିବା ଇସ୍ୟୁ କାର୍ୟ୍ୟାଳୟରେ ଦୁଇ ହଜାର ଟଙ୍କିଆ ବଦଳ କରିବା ବ୍ୟବସ୍ଥା ରହିଛି । ଡାକ ଜରିଆରେ ମଧ୍ୟ ଲୋକମାନେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆକୁ ନିଜ ବ୍ୟାଙ୍କ ଖାତା ବିବରଣୀ ସହ ପଠାଇପାରିବେ। ଦୁଇ ହଜାର ଟଙ୍କିଆ ଲିଗାଲ୍ ଟେଣ୍ଡର ହୋଇ ରହିଛି ।
କୁଆଡେ ଗଲା ୬୬୯୧ କୋଟିର ୨ହଜାର ଟଙ୍କିଆ ?
ଆରବିଆଇକୁ ଫେରିନି ଆହୁରି ୬୬୯୧ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ । ୨୦୨୩ ମେ’ ୧୯ରେ ହୋଇଥିଲା ପ୍ରତ୍ୟାହାର । ଫେରିଛି ମାତ୍ର ୯୮.୧୨ ପ୍ରତିଶତ ନୋଟ୍।
/kanak/media/media_files/2025/01/02/Nn4WJqfl7wtUApSbeFuM.jpg)