କନକ ବ୍ୟୁରୋ: ଭାରତର ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିସାରିଛି ।  ଅପରେସନ ସିନ୍ଦୂର  ମାଧ୍ୟମରେ  ଏୟାର ଷ୍ଟ୍ରାଇକ୍‌ କରି  ଭାରତ ୯ଟି ଆତଙ୍କୀ ଆଡ୍ଡାକୁ ଧୂଳିସାତ୍‌ କରିସାରିଛି । ଏହା ପରେ ପାକ୍‌ ଉପରେ ଭାରତର ଘନ ଘନ ଆକ୍ରମଣ ଜାରି ରହିଛି । ଭାରତୀୟ ସେନାର କଡା ପ୍ରହାରରେ ଥରହର ପାକିସ୍ତାନ । ତେବେ ଏବେ ପ୍ରଶ୍ନ ଉଠୁଛି କି ଭାରତର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ  ଦାଉଟ୍‌ ଇବ୍ରାହିମ୍‌  ଏବେ କେଉଁଠି ?  କଣ ଏବେ ବି ଦାଉଦ୍‌ କରାଚୀର କ୍ଲିଫ୍‌ଟନ୍‌ ଅଞ୍ଚଳରେ ଅଛି ନା ତାକୁ କୌଣସି ସୁରକ୍ଷିତ ସ୍ଥାନକୁ ପଠାଇଦିଆଯାଇଛି । ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇ ଅନୁସାରେ ଭାରତ-ପାକ୍‌ର ଯୁଦ୍ଧକୁ ମଧ୍ୟ ନଜରରେ ରଖି ଦାଉଦ୍‌ ଏବଂ ତାର ଘରଲୋକଙ୍କୁ କରାଚୀରୁ ହଟାଯାଇ ପାକିସ୍ତାନର କୌଣସି ଏକ ଗପ୍ତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଅପରେସନ ସିନ୍ଦୂର ମାଧ୍ୟମରେ ଭାରତୀୟ ସେନା ନିରନ୍ତର ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରୁଥିବାରୁ, ଦାଉଦ ମଧ୍ୟ ନିହତ ହୋଇପାରେ  ଯାହାକୁ ଦୃଷ୍ଟିରେ ରଖି ତାକୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିକ କରାଯାଇଥାଇପାରେ ।  ୨୦୦୧ ରୁ  ଦାଉଦ୍‌ ଇବ୍ରାହିମ୍‌ କରଚୀରେ ରହିଆସୁଥିଲା ।   

Advertisment

ଭାରତୀୟ ସେନା ତିନି ଥର ଚେଷ୍ଟା କରିସାରିଛନ୍ତି ଦାଉଦ୍‌କୁ ଶେଷ କରିବା ପାଇଁ । କିନ୍ତୁ ପ୍ରତ୍ୟୋକ ଥର ବିଫଳ ହୋଇଛି । ଦାଉଦ୍‌ ୧୯୮୬ ରେ  ଭାରତରୁ ପଳାୟନ କରି  ଦୁବାଇ ଚାଲିଯାଇଥିଲା । ସେଠାରେ ହ୍ବାଇଟ୍‌ ହାଉସ୍‌ ନାମରେ ଏକ ବଙ୍ଗଳା କିଣି ନିଜର ପୂରା ଗ୍ୟାଙ୍ଗକୁ ସେଠାରୁ ରହି ଚଳାଇଥିଲା । ୧୨ ମାର୍ଚ୍ଚ ୧୯୯୩ରେ ମୁମ୍ବାଇ ବମ୍‌ ବିସ୍ଫୋରଣର ପ୍ଲାନିଙ୍ଗ ମଧ୍ୟ ଏହି ବଙ୍ଗଳାରୁ ହିଁ କରାଯାଇଥିଲା । ଏହି ବିସ୍ଫୋରଣ ପରେ ଭାରତ ସରକାର  ଦାଉଦ୍‌କୁ ଆତଙ୍କବାଦୀ ଘୋଷଣା କରିଥିଲେ । ଏହାପରେ  ଦାଉଦ୍‌  ଦୁବାଇ ଏବଂ କରାଚୀ ମଧ୍ୟରେ ଯିବାଆସିବା ଜାରି ରଖିଥିଲା।