କନକ ବ୍ୟୁରୋ : ମହାକୁମ୍ଭ ଆରମ୍ଭ ହୋଇଯାଇଛି । ଦେଶର କୋଣ ଅନୁକୋଣରୁ ନାଗା ସାଧୁ ଆସି ମହାକୁମ୍ଭ ମେଳାରେ ପହଞ୍ଚୁଛନ୍ତି । ନିର୍ବସ୍ତ୍ର ଅବତାର ଏବଂ ଶରୀରରେ ଭସ୍ମ ଏବଂ ଲମ୍ବା ଜଟା ଯୋଗୁଁ ଭିଡ ମଧ୍ୟରେ ଭିନ୍ନ ଲାଗିଥାଆନ୍ତି ନାଗା ସାଧୁ । ତେଣୁ କୁମ୍ଭ ମେଳାର ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ସାଜିଛନ୍ତି ନାଗା । କୁମ୍ଭ ମେଳା ସରିବା ପରେ ଏମାନଙ୍କୁ ଆଉ ଦେଖିବାକୁ ମିଳିନଥାଏ ।
/kanak/media/media_files/2025/01/15/WuxiGwcbSA7mG0KyCb9S.jpg)
କୁମ୍ଭରେ ଅଧିକାଂଶ ନାଗା ସାଧୁ ଦୁଇ ବିଶେଷ ଆଖାଡାରୁ ଆସିଥାନ୍ତି । ଗୋଟିଏ ହେଉଛି ବାରଣାସୀର ମହାପରିନିର୍ବାଣ ଏବଂ ଦ୍ବିତୀୟଟି ହେଉଛି ପଞ୍ଚ ଦଶନାମ ଜୁନା ଆଖାଡା । ଏହି ଦୁଇ ଆଖାଡାର ନାଗା ସାଧୁ କୁମ୍ଭ ମେଳାରେ ଯୋଗ ଦେଇଥାଆନ୍ତି ।
/kanak/media/media_files/2025/01/15/is3VGNgeot6P8SC3tdut.jpg)
ହାତରେ ତ୍ରୀଶୁଳ, ଶରୀରରେ ଭସ୍ମ, ରୁଦ୍ରାକ୍ଷର ମାଳ ଆଉ କେବେ କେବେ ପଶୁଙ୍କର ଛାଲକୁ ଦେହରେ ଗୁଡାଇ ହୋଇଥାଆନ୍ତି । କୁମ୍ଭର ପ୍ରଥମ ଶାହି ସ୍ନାନ ନାଗା ସାଧୁ କରିଥାଆନ୍ତି । ଏହାପରେ ଅନ୍ୟ ଶ୍ରଦ୍ଧାଳୁଙ୍କୁ କୁମ୍ଭ ସ୍ନାନ କରିବାକୁ ଅନୁମତି ମିଳିଥାଏ । ନାଗା ସାଧୁ ଅନ୍ୟ ଦିନରେ ଦିଗମ୍ବର ସ୍ବରୂପ ଅର୍ଥାତ ନିର୍ବସ୍ତ୍ର ରୁହନ୍ତି ନାହିଁ । ସମାଜରେ ଦିଗମ୍ବର ସ୍ବରୂପ ଗ୍ରହଣୀୟ ନୁହେଁ ସେଥିପାଇଁ କୁମ୍ଭ ପରେ ଗାମୁଛା ପିନ୍ଧି ଆଶ୍ରମରେ ନିବାସ କରିଥାଆନ୍ତି ।
/kanak/media/media_files/2025/01/15/SJxGdmyJzV5nDMYTOBjT.jpg)
କୁମ୍ଭ ସମାପ୍ତ ପରେ ନାଗା ସାଧୁ ନିଜ ନିଜ ଆଖାଡାକୁ ଫେରିଆସିଥାନ୍ତି । ଏହି ଆଖାଡାରେ ନାଗା ସାଧୁ ଧ୍ୟାନ ଏବଂ ସାଧନା କରିଥାଆନ୍ତି । ଏଥିସହିତ ଧାର୍ମୀକ ଶିକ୍ଷା ମଧ୍ୟ ଦେଇଥାଆନ୍ତି । ବହୁତ ନାଗା ସାଧୁ ହିମାଳୟରେ ତପସ୍ୟା କରିବାକୁ ଚାଲିଯାଇଥାଆନ୍ତି । ଏଠାରେ କଠୋର ତପ କରିଥାଆନ୍ତି । ଫଳ ଖାଇ ଜୀବନ ନିର୍ବାହ କରନ୍ତି । କୁମ୍ଭ ପରେ ତୀର୍ଥ ସ୍ଥଳମାନଙ୍କୁ ମଧ୍ୟ ଚାଲିଯାଇଥାଆନ୍ତି ନାଗା । ପ୍ରୟାଗରାଜ, ନାଶିକ, ହରିଦ୍ବାର ଏବଂ ଉଜୈନରେ ଏମାନଙ୍କର ରହିଛି ବସତି ।