ରାସ୍ତାକଡ଼ରେ ବନୀକରଣ ଆଳରେ ଲକ୍ଷଲକ୍ଷ ଟଙ୍କା ଚଳୁ । ୧୨ଟି ରାସ୍ତାରେ ଗଛ ଲଗାଇ ୬୫ ଲକ୍ଷ ଟଙ୍କା ଉଠାଇଛି ଖୋର୍ଦ୍ଧା ବେଗୁନିଆ ବନ ବିଭାଗ

Advertisment

ବନୀକରଣ ନାଁରେ ସରକାରୀ ଟଙ୍କା କେମିତି ଚଳୁ ହୁଏ, ତା’ର ଉଦାହରଣ ଖୋର୍ଦ୍ଧା ବନାଞ୍ଚଳ । ୩ ବର୍ଷ ତଳେ ଖୋର୍ଦ୍ଧା ବନାଞ୍ଚଳ ପକ୍ଷରୁ ବେଗୁନିଆ ବ୍ଲକ୍‌ରେ ୧୦୬ କିଲୋମିଟର ପଥପାର୍ଶ୍ବ ବନୀକରଣ କରାଯାଇଥିଲା ।

ବନୀକରଣ ନାଁରେ ସରକାରୀ ଟଙ୍କା କେମିତି ଚଳୁ ହୁଏ, ତା’ର ଉଦାହରଣ ଖୋର୍ଦ୍ଧା ବନାଞ୍ଚଳ । ୩ ବର୍ଷ ତଳେ ଖୋର୍ଦ୍ଧା ବନାଞ୍ଚଳ ପକ୍ଷରୁ ବେଗୁନିଆ ବ୍ଲକ୍‌ରେ ୧୦୬ କିଲୋମିଟର ପଥପାର୍ଶ୍ବ ବନୀକରଣ କରାଯାଇଥିଲା ।

9ନ

କନକ ବ୍ୟୁରୋ : ବନୀକରଣ ନାଁରେ ସରକାରୀ ଟଙ୍କା କେମିତି ଚଳୁ ହୁଏ, ତା’ର ଉଦାହରଣ ଖୋର୍ଦ୍ଧା ବନାଞ୍ଚଳ । ୩ ବର୍ଷ ତଳେ ଖୋର୍ଦ୍ଧା ବନାଞ୍ଚଳ ପକ୍ଷରୁ ବେଗୁନିଆ ବ୍ଲକ୍‌ରେ ୧୦୬ କିଲୋମିଟର ପଥପାର୍ଶ୍ବ ବନୀକରଣ କରାଯାଇଥିଲା । ଏଥିପାଇଁ ୬୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ବନବିଭାଗ ।  କିନ୍ତୁ, ରାସ୍ତାକଡ଼ରେ ଗୋଟିଏ ବି ଗଛ  ଦେଖାନଯିବା ଖୋର୍ଦ୍ଧା ବନବିଭାଗର ବନୀକରଣ ଦୁର୍ନୀତିକୁ ପଦାରେ ପକାଇଛି ।

ବିଭାଗୀୟ ତଥ୍ୟ ମୁତାବକ, ୨୦୨୧-୨୨ ଆର୍ଥିକ ବର୍ଷରେ ବେଗୁନିଆର ୧୨ଟି ରାସ୍ତା କଡ଼ରେ ଗଛ ଲାଗିଛି । ପ୍ରତି ରାସ୍ତା ପାଇଁ ୨ ଲକ୍ଷରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଗଛ ଲଗାଇବା ଓ ରକ୍ଷଣାବେକ୍ଷଣ ପାଇଁ ଲକ୍ଷଲକ୍ଷ ଟଙ୍କା ଉଠିଛି ।

ଭୀମପୁର ଛକରୁ ଅଠାରଙ୍ଗ ଛକ ୧୨କିମି ରାସ୍ତା
ଗଛ ଲଗାଇ ୧୨ଲକ୍ଷ ୯୫ହଜାର ଟଙ୍କାର ବିଲ
ଭୀମପୁର ଛକରୁ ପରିଛଳ ୮ କିମି ରାସ୍ତା 
ବନୀକରଣ ପାଇଁ ମନରେଗାରେ ଉଠିଛି ୯ଲକ୍ଷ ଟଙ୍କା
ପିଣ୍ଡମୂଳା ଠାରୁ କଟକପାଟଣାର ୧୦କିମି ରାସ୍ତା
ବନୀକରଣ ପାଇଁ ୭ଲକ୍ଷ ୮୯ହଜାର ଟଙ୍କାର ଖର୍ଚ୍ଚ ହିସାବ ଦିଆଯାଇଛି। ଏମିତି ଆହୁରି ୯ଟି ରାସ୍ତା ରହିଛି। ଯେଉଁଠି ଟଙ୍କା ଖର୍ଚ୍ଚ ପରେ ବି ବେଗୁନିଆରେ ବନୀକରଣ ଶୂନ। ରାସ୍ତାକଡ଼ରେ ଗଛ ନାହିଁ। ଏତେ ଟଙ୍କା ଶ୍ରାଦ୍ଧ ସତ୍ତ୍ବେ ବେଗୁନିଆରେ କାହିଁକି ବଞ୍ଚିଲାନି ଗଛ? ବନବିଭାଗ ଅବହେଳାରୁ ବନୀକରଣ ଫେଲ୍‌ ମାରିଲା କି? ନା ରାସ୍ତାକଡ଼ରେ ବନୀକରଣ ଆଳରେ ମନରେଗା ଅର୍ଥ ହରିଲୁଟ ହୋଇଛି? ଏମିତି ଅନେକ ପ୍ରଶ୍ନର ଉତ୍ତର ପାଇଁ ନିରପେକ୍ଷ ତଦନ୍ତ ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe