କନକ ବ୍ୟୁରୋ : ଭୁବନେଶ୍ବରରେ ଆୟୋଜିତ ଡିଜି-ଆଇଜି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ଭିଡିଓ ଘଟଣାରେ ଖୋଳତାଡ଼ କରିପାରେ ଏନଆଇଏ । ଏନେଇ ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ । କେଉଁ ଆଇପି ଆଡ୍ରେସରେ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ କୁହାଯାଇଛି । ଦ୍ୱିତୀୟ ଥର ମେଲ ଜରିଆରେ ଆସିଥିବା ଧମକକୁ ନେଇ ତଥ୍ୟ ମଗାଯାଇଛି ।
ଆସିଥିବା ଭିଡିଓ ଏବଂ ଅଡିଓ ବିଦେଶରୁ ଆସିଥିବା କୁହାଯାଉଛି । ହେଲେ ଏହା କେଉଁ ଦେଶରୁ ଆସିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ତେଣୁ ଅଧିକ ତଦନ୍ତ ପାଇଁ ଏନଆଇଏ ଏହି ଘଟଣାର ଖୋଳତାଡ଼ କରିବ ବୋଲି କୁହାଯାଉଛି । ଡିଜି ସମ୍ମିଳନୀ ପୂର୍ବରୁ ଏକ ଭିଡିଓ ଜାରି ହୋଇଥିଲା । ଏହା ପରେ ପନ୍ନୁ ନାଁରେ ଧମକପୂର୍ଣ୍ଣ ମେଲ୍ ରାଜ୍ୟର ବରିଷ୍ଠ ସାମ୍ବାଦିକଙ୍କ ପାଖକୁ ଆସିଥିଲା । ଏହା ପରେ କ୍ରାଇମ୍ବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ।