କନକବ୍ୟୁରୋ : କୁଆଡ଼େ ଗଲେ ବୈକୁଣ୍ଠ ଧାମ ଆଶ୍ରମର ଅଧ୍ୟକ୍ଷ ପାଣ୍ଡବ ପରିଡ଼ା । ଖଣ୍ଡଗିରି ସ୍ଥିତ ଘରେ ପଡିଛି ତାଲା । ସପରିବାର କେଉଁଆଡ଼େ ଚାଲିଯାଇଥିବା ସନ୍ଦେହ କରାଯାଉଛି । ବୈକୁଣ୍ଠ ଧାମ ଆଶ୍ରମ ଓ ବାବା କାଶୀନାଥଙ୍କୁ ନେଇ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସିବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖୁଥିଲେ ପାଣ୍ଡବ ପରିଡା ।
ଆଶ୍ରମ ଓ ବାବା କାଶୀନାଥଙ୍କ ପକ୍ଷ ରଖୁଥିବା ଏହି ବ୍ୟକ୍ତି ଜଣଙ୍କ ଗତ ୨ ଦିନ ହେବ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ଯେବେଠୁ ବାବା କାଶୀନାଥ କହିଛନ୍ତି ଯେ, ଆଶ୍ରମ ଜମି ପାଣ୍ଡପ ପରିଡାଙ୍କ ନାମରେ ରହିଛି, ସେବେଠାରୁ ମିଳୁନି ତାଙ୍କ ପତ୍ତା । ପାଣ୍ଡବ ପରିଡ଼ାଙ୍କୁ ଫୋନ୍ କଲେ ତାହା ସୁଇଚ୍ ଅଫ୍ ଆସୁଛି । ତାଙ୍କ ଘର ବାହାରେ ବି ତାଲା ପଡିଥିବା ଦେଖିବାକୁ ମିଳୁଛି । ଆଶ୍ରମ ଜମିକୁ ନେଇ ବିବାଦ ତେଜିବା ପରଠାରୁ କେଉଁଆଡ଼େ ଗାୟବ ହୋଇଯାଇଛନ୍ତି ବୈକୁଣ୍ଠ ଧାମ ଆଶ୍ରମ ଅଧ୍ୟକ୍ଷ ପାଣ୍ଡବ ପରିଡ଼ା ।