କନକ ବ୍ୟୁରୋ : ଭଦ୍ରକ ବାସୁଦେବପୁରରେ ୮ ବର୍ଷର ନାବାଳିକାକୁ ଅପହରଣ ଘଟଣା । ଦିନକ ପରେ ବି ପୁଲିସ ହାତ ଖାଲି । ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ଭଦ୍ରକ ପୁଲିସ । ବାସୁଦେବପୁର ଚୂଡ଼ାମଣୀ ଅଞ୍ଚଳରେ ପହଞ୍ଚି ନାବାଳିକା ପରିବାରକୁ ଭେଟି ପୁଲିସ ପକ୍ଷରୁ ପଚରାଉଚରା କରାଯାଇଛି । ଏକ ସ୍ୱତନ୍ତ୍ର ଟେକ୍ନିକାଲ୍ ଟିମ୍ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟା ଚାଲିଛି, ଖୁବଶୀଘ୍ର ନାବାଳିକାକୁ ଉଦ୍ଧାର କରାଯିବ ବୋଲି ଏସପି କହିଛନ୍ତି । ସୂଚନା ଅନୁସାରେ,ଶୌଚ ହେବାକୁ ଯାଇଥିବା ୮ ବର୍ଷର ନାବାଳିକାକୁ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ଉଠାଇ ନେଇଥିଲେ । ପରିବାର ଲୋକ ଖୋଜାଖୋଜି କରି ନାବାଳିକାଙ୍କୁ ନ ପାଇବା ପରେ ଚୂଡ଼ାମଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ନାବାଳିକାଙ୍କ କୌଣସି ପତ୍ତା ପାଇପାରିନାହିଁ କି ଅପହରଣକାରୀଙ୍କ ଟେର ପାଇପାରୁ ନାହିଁ । ଯାହା ପୁଲିସର ପାରିବା ପଣିଆ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସପି କହୁଛନ୍ତି ଦିନେ ଦୁଇଦିନ ଭିତରେ ନାବାଳିକାଙ୍କୁ ଉଦ୍ଧାର କରାଯିବ । ତେଣୁ ନାବାଳିକାଙ୍କୁ ଅପହରଣ ଭଳି ସଙ୍ଗିନ ମାମଲାକୁ ପୁଲିସ ଗମ୍ଭୀରତାର ସହ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ସାଧାରଣରେ ଚର୍ଚ୍ଚା ହେଉଛି ପରୀ, ପିହୁ ଭଳି ମାମଲାରୁ ପୁଲିସ କିଛି ଶିଖି ପାରିନାହିଁ ।
କୁଆଡ଼େ ଗଲା ବାସୁଦେବପୁରର ୮ ବର୍ଷର ନାବାଳିକା ? ଦିନକ ପରେ ବି ପୁଲିସର ହାତ ଖାଲି
୮ ବର୍ଷର ନାବାଳିକାକୁ ଅପହରଣ ଘଟଣା । ଦିନକ ପରେ ବି ପୁଲିସ ହାତ ଖାଲି । ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ଭଦ୍ରକ ପୁଲିସ ।
/kanak/media/media_files/2025/09/15/girl-2025-09-15-07-55-47.jpg)