କନକବ୍ୟୁରୋ :  ଚୌଦ୍ବାର ଜେଲ୍‌ରୁ ଦୁଇ ଅପରାଧୀ ଚମ୍ପଟ ଦୁଇ ଅପରାଧୀଙ୍କ ମିଳୁନି ଟେର ।  ୬ ଦିନ ପରେ ବି ପୁଲିସ୍ ହାତ ଖାଲି ।  ରାଜ୍ୟର ସବୁଠାରୁ ସୁରକ୍ଷିତ ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଅପରାଧିଙ୍କ ପତ୍ତା ଏଯାଏଁ ମିଳିନାହିଁ  ।  ଯାଜପୁର ଜିଲ୍ଲା ପାଣିକୋଇଲି  ପଣ୍ଡା ଅଳଙ୍କାର ଲୁଟ ଉଦ୍ୟମ ବେଳେ ଦୁଇ ଜଣଙ୍କୁ ହତ୍ୟା କରି ଫେରାର ହେଉଥିବା  ୨  ବିହାରୀ କାୟତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ୍ ରେ ଜିମା ଦେଇଥିଲେ ।

Advertisment

ରାଜ୍ୟର ସବୁଠାରୁ ସୁରକ୍ଷିତ ଚୌଦ୍ବାର ଜେଲରୁ ଫେରାର ହୋଇଯାଇଥିଲେ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ  ।  କଡ଼ା ପହରା ସତ୍ତ୍ବେ ଲୁହା ରଡ଼ କାଟି କମ୍ବଳ ଜରିଆରେ ପାଚେରୀ ଡ଼େଇଁ ଦୁଇ ବିହାରୀ ଅପରାଧି ଫେରାର ହେବା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଭୟାବହ  ।  ପୁଲିସ୍  ଦୁଇ ଅପରାଧୀଙ୍କ ବିଷୟରେ ଖବର ଦେବାକୁ ୫୦ହଜାର  ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ଚୌଦ୍ବାର ଜେଲ ଓ୍ବାର୍ଡ଼ନଙ୍କୁ ନିଲମ୍ବିତ କରି ଦାୟିତ୍ବ ସାରିଦେଇଛି  ।  ଏ ଯାଏଁ କୌଣସି ପୋଲିସ ଅଧିକାରୀ ଏ ବାବଦରେ କିଛି ମୁହଁ ଖୋଲୁନାହାନ୍ତି  ।