କନକ ବ୍ୟୁରୋ : ଯେତେବେଳେ ବିଦେଶରେ ସେନା ଠିକଣା କଥା ଉଠେ ସେତେବେଳେ ସାଧାରଣ ଭାବେ ଆମମାନଙ୍କ ମନରେ ଚୀନ ଓ ଆମେରିକା ଭଳି ଦେଶର କଥା ଆସିଥାଏ । ହେଲେ ଆପଣ ଜାଣିଛନ୍ତି କି, ଭାରତ ବି ତା'ର ଯୁଦ୍ଧ ରଣନୀତିକୁ ଦୃଢ କରିବାକୁ ବିଦେଶର ଅନେକ ସ୍ଥାନରେ ସନ୍ୟ ଠିକଣା ପ୍ରସ୍ତୁତ କରିଛି । 

Advertisment

ଭାରତ ଅଧିକାରୀକ ସ୍ତରରେ ଆମେରିକା ଭଳି ଅନ୍ୟଦେଶମାନଙ୍କରେ ସ୍ଥାୟୀ ଓ ବଡ଼ ସୈନ୍ୟ ଠିକଣା ରଖିନାହିଁ । ହେଲେ ଆବଶ୍ୟକ ଥିବା ସ୍ଥାନରେ ଲଜିଷ୍ଟିକସ ସୁବିଧା, ନଜର ରଖିବା ପାଇଁ ଚୌକ, ଓ ସହଜରେ ନୌସେନା ପହଂଚିପାରିବା ପାଇଁ କିଛି ସେନା ଆଡ୍ଡା ପ୍ରସ୍ତୁତ କରିଛି । 

ଭାରତ ମରିଶସର ଓଗାଲେଗା ଦ୍ୱୀପରେ ବାୟୁସେନା ଓ ନୌସେନା ସୁବିଧା ପାଇଁ ଏକ ଠିକଣା ବିକଶିତ କରିଛି । ଯାହା କି, ହିନ୍ଦ୍ ମହାସାଗରରେ ଭାରତର ସ୍ଥିତିକୁ ମଜବୁତ୍ କରିବ। ହେଲେ ଏହି ସୂଚନା ଗୋପନୀୟ ରହିଛି । 

ସେହିଭଳି ଓମାନର ଦୁକ୍ମ ବନ୍ଦର ଓ ରସ ଅଲ୍ ହ୍ରଦରେ ଭାରତ ଏକ ଲିସାନିଙ୍ଗ ପୋଷ୍ଟ ନିର୍ମାଣ କରିଛି । ଏଠାରୁ ଭାରତୀୟ ସେନା ଇଲେକ୍ଟ୍ରୋନିକ୍ ନଜର ରଖିଥାଏ । ସେହିଭଳି ଦୁକ୍ସ ବନ୍ଦର ନିକଟରେ ଭାରତ ନୌସେନା ଓ ବାୟୁସେନା ପାଇଁ ଏକ ଏୟାରବେସ୍ ନିର୍ମାଣ କରିଛି । ଏହି ଠିକଣାକୁ ଭାରତୀୟ ନୌସେନା ଓ ବାୟୁସେନା ମିଳିତ ଭାବେ ବ୍ୟବହାର କରୁଛନ୍ତି । 

ସେହଭଳି ତାଜାକିସ୍ତାନର ଫରଖୋର ଏୟାରବେସ୍ ଭାରତର ଏକ ସେନା ଠିକଣା । ଏହା ହେଉଛି ଭାରତର ପ୍ରଥମ ବିଦେଶୀ ଏୟାରବେସ୍ । ଏଠାରୁ ଭାରତୀୟ ସେନା ଆଫଗାନିସ୍ତାନ ସହ ପୂରା ମଧ୍ୟପ୍ରାଚ୍ୟ ଉପରେ ନଜର ରଖିଥାଏ । ସେହିଭଳି ଭାରତ ସରକାର ମେଡାଗାଷ୍କର, କୋମୋରେସ, ମୋଜାମ୍ବିକ ଓ ତାଞ୍ଜାନିଆର ସମୁଦ୍ରକୂଳରେ ରାଡାର ଷ୍ଟେସନ ଓ ଲିସାନିଙ୍ଗ ପୋଷ୍ଟ ସ୍ଥାପିତ କରିଛି । ଏଠାରୁ ଭାରତୀୟ ନୌସେନା ହିନ୍ଦ୍ ମହାସାଗରରେ ଚାଲିଥିବା ଗତିବିଧି ଉପରେ ନଜର ରଖିଥାଏ ।