ଜେଲରୁ କୁଆଡ଼େ ଗଲେ କଏଦୀ ; ୩ ଦିନ ହେଲାଣି ମିଳୁନି ପତ୍ତା

Advertisment

କଟକ ଚୌଦ୍ବାର ଜେଲ୍‌ରୁ ୨ ଡକାୟତ ଚମ୍ପଟ ଘଟଣା । ୩ ଦିନ ହେଲାଣି ମିଳୁନି ଫେରାର କଏଦୀଙ୍କ ପତ୍ତା । ବାହାର ରାଜ୍ୟକୁ ଯାଇ ଖୋଜୁଛନ୍ତି ଗଠିତ ୩ ଟିମ୍ । 

କଟକ ଚୌଦ୍ବାର ଜେଲ୍‌ରୁ ୨ ଡକାୟତ ଚମ୍ପଟ ଘଟଣା । ୩ ଦିନ ହେଲାଣି ମିଳୁନି ଫେରାର କଏଦୀଙ୍କ ପତ୍ତା । ବାହାର ରାଜ୍ୟକୁ ଯାଇ ଖୋଜୁଛନ୍ତି ଗଠିତ ୩ ଟିମ୍ । 

11

କନକ ବ୍ୟୁରୋ: ଚୌଦ୍ବାର ଜେଲ୍‌ରୁ ୨ଡକାୟତ ଚମ୍ପଟ ହେବା ଘଟଣାରେ ୩ ଦିନ ହେଲାଣି ଏଯାଏଁ ଫେରାର କଏଦୀଙ୍କ ପତ୍ତା  ମିଳୁନି । କଏଦୀଙ୍କୁ ଧରିବା ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି । ଏହି ଟିମ୍ ମଧ୍ୟ ବାହାର ରାଜ୍ୟକୁ ଯାଇ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି । ଜେଲରୁ କଏଦୀ ଫେରାର ହେବା ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ସବୁଠାରୁ ଅଧିକ ସୁରକ୍ଷା ବ୍ୟବସ୍ଥା ଥିବା ଚୌଦ୍ବାର ଜେଲରୁ କଏଦୀ ଫେରାର ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ପାଚେରୀ ଚଢ଼ି କଏଦୀ ଫେରାର ହୋଇଛନ୍ତି । ଜେଲ୍‌ ପାଚେରୀରେ ଝୁଲିଥିବା କମ୍ବଳକୁ ଯୋଡ଼ି ତିଆରି କରିଥିବା ଦଉଡ଼ି ସହାୟତାରେ ପାଚେରୀ ଡେଇଁ ଚମ୍ପଟ ମାରିଥିଲେ ଦୁଇ କଏଦୀ  । ହାଇ ସିକ୍ୟୁରିଟି ସେଲରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe