କନକ ବ୍ୟୁରୋ : ବର୍ତ୍ତମାନ ଲୋକେ ତାଙ୍କର ଦରମାକୁ କେଉଁଠି ଖର୍ଚ୍ଚ କରୁଛନ୍ତି? ଏହାକୁ ନେଇ ଏକ ସାଂଘାତିକ୍ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ କହୁଛି ବର୍ତ୍ତମାନ ସମୟରେ ଲୋକେ କିଭଳି ଭାବେ ଋଣରେ ବୁଡି ରହିଛନ୍ତି । ସାମ୍ନାକୁ ଆସିଛି ‘ହାଓ ଇଣ୍ଡିଆ ସ୍ପେଣ୍ଡ, ରିପୋର୍ଟ । ଭାରତର ସବୁଠୁ ବଡ ବି-ଟୁ-ବି କମ୍ପାନୀ ପରଫିଓସ୍ ପି.ଡବ୍ଲୁ.ସି ସହ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି, ଭାରତର ଅଧିକାଂଶ ଲୋକ ତାଙ୍କ ଦରମାର କେତେ କେତେ ପ୍ରତିଶତ କେମିତି ଖର୍ଚ୍ଚ କରୁଛନ୍ତି । ପି.ଡବ୍ଲୁ.ସି ୩୦ଲକ୍ଷ ଲୋକଙ୍କୁ ନେଇ ଏହି ସର୍ଭେ କରିଛି । ଏହି ସର୍ଭେରେ ସେଇମାନଙ୍କୁ ସାମିଲ କରାଯାଇଛି, ଯେଉଁମାନଙ୍କ ଦରମା ୨୦ହଜାରରୁ ନେଇ ୧ଲକ୍ଷ ଭିତରେ ରହିଛି । 

Advertisment

EMIରେ ଖର୍ଚ୍ଚ 
-    ସର୍ବେରୁ ଜଣାପଡିଛି ଭାରତର ଅଧିକାଂଶ ଲୋକ ତାଙ୍କ ରୋଜଗାରର ୩୩ ପ୍ରତିଶତରୁ ଅଧିକ ଟଙ୍କା ଲୋନର ଇଏମଆଇ ଦେବାରେ ଖର୍ଚ୍ଚ କରନ୍ତି । 
-    ଇଏମଆଇ ପରେ ସବୁଠୁ ଜରୁରୀ ଖର୍ଚ୍ଚ ହେଉଛି, ଘର ଭଡା, ଇଲେକ୍ଟ୍ରିକ୍ ବିଲ୍, ଏଥିରେ ଲୋକେ ତାଙ୍କ ରୋଜଗାରର ୩୯ ପ୍ରତିଶତ ଖର୍ଚ୍ଚ କରିଦେଇଥାନ୍ତି । 
-    ୩୨ପ୍ରତିଶତ ରୋଜଗାର ନିଜର ଖାଇବା ପିଇବା ସାମଗ୍ରୀ ଏବଂ ପେଟ୍ରୋଲରେ ଖର୍ଚ୍ଚ କରୁଛନ୍ତି ଲୋକେ । 
-    ରୋଜଗାରର ୨୯ ପ୍ରତିଶତ ଅଂଶ ନିଜର ଲାଇଫ ଷ୍ଟାଇଲ ଏବଂ ନିଜର ସୌକ ପୂରା କରିବାରେ ଖର୍ଚ୍ଚ କରିଥାନ୍ତି । 
-    ସବୁଠୁ ବଡ କଥା ହେଉଛି ଭାରତର ଲୋକ ସବୁଠୁ ଅଧିକ ଖର୍ଚ୍ଚ କରନ୍ତି ନିଜର ସୌକ ପୂରା କରିବା ପାଇଁ । ଯେପରିକି ସପିଙ୍ଗ୍ । ଫ୍ୟାସନ୍ ପାଇଁ ଲୋକେ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲା ରିପୋର୍ଟରୁ ଜାଣିବାକୁ ମିଳିଛି ।

ଭାରତରେ ଲୋକ ଫ୍ୟାସନରେ ରୋଜଗାରର ୬୨ ପ୍ରତିଶତ ଖର୍ଚ୍ଚ କରିଦେଇଥାନ୍ତି । 
-    ସବୁଠୁ ଚିନ୍ତାଜନକ କଥା ହେଉଛି, ସାଲାରୀ ସହ ଲୋକଙ୍କ ଖର୍ଚ୍ଚ ବି ବଢିଥାଏ । ମନେକର ଜଣେ ବ୍ୟକ୍ତି ୨୦ହଜାର ଟଙ୍କା ଦରମା ପାଉଛି । ସେତେକିରେ ସେ ସବୁ ଖର୍ଚ୍ଚ ତୁଲାଇ ଚଳିଆସୁଥିଲେ ବି, ସାଲାରୀ ବଢିବା ପରେ ସେହି ଖର୍ଚ୍ଚ ଆଉ ସେତିକିରେ ସୀମୀତ ରୁହେନାହିଁ । ଅଧିକାଂଶ ଭାରତୀୟ ଦରମା ବଢିବା ମାତ୍ରେ ନିଜର ଖର୍ଚ୍ଚକୁ ବି ବଢାଇ ଥାନ୍ତି । ଯେପରିକି ଜଣେ ବ୍ୟକ୍ତି କମ୍ ଦରମାରେ ନିଜ ଖର୍ଚ୍ଚକୁ ସିମିତ ରଖିବା ପାଇଁ ନିଜେ ରୋଷେଇ କରି ଖାଇଥାଏ । କିନ୍ତୁ ଦରମା ବୃଦ୍ଧି ହେବା ମାତ୍ରେ ଘରେ ବସି ଅନଲାଇନରୁ ଅଡର କରି ଖାଇଥାଏ । ଏକଥା ଆମେ କହୁନୁ । ଏକଥା ଏହି ରିପୋର୍ଟରେ ପ୍ରକାଶ ପାଇଛି ।

ଅନଲାଇନ୍ ଗେମିଂରେ ଖର୍ଚ୍ଚ 
-    ରିପୋର୍ଟରେ ପ୍ରକାଶ ପାଇଛି, ଜଣେ ୨୦ହଜାର ଟଙ୍କା ଦରମା ପାଉଥିବା ବ୍ୟକ୍ତି ଅନଲାଇନ୍ ଗେମିଂରେ ରୋଜଗାରର ୨୨ ପ୍ରତିଶତ ଅଂଶ ଖର୍ଚ୍ଚ କରିଦେଉଛି । 

UPI ଆସିବା ଦିନରୁ ଖର୍ଚ୍ଚ ବଢିଛି !
-    ଅନଲାଇନ୍ ପେମେଣ୍ଟ ସିଷ୍ଟମ୍ ଆସିବା ଦିନରୁ ଲୋକଙ୍କ ଖର୍ଚ୍ଚ ବଢିଛି । ପୂର୍ବରୁ କିଛି କିଣିବା ପାଇଁ ଲୋକଙ୍କୁ ଏଟିଏମ୍ ଯାଇ ଟଙ୍କା ଉଙ୍ଖାଇବାକୁ ପଡୁଥିଲା, ପରେ ଲୋକେ ଜିନିଷ କିଣୁଥିଲେ । ଏହି ପ୍ରକ୍ରିୟା ପାଇଁ ଲୋକେ ମନ ଇକ୍ତା ଜିନିଷ କିଣିପାରୁନଥିଲେ । କିନ୍ତୁ ଅନଲାଇନ୍ ପେମେଣ୍ଟ ଆସିବା ଦିନରୁ ଲୋକେ ମନ ଇଛା ଖର୍ଚ୍ଚ କରୁଛନ୍ତି । ଆଉ ତାହାର ହିସାବ ବି ରଖିପାରୁନାହାନ୍ତି ।