ଗଛ ଚଢ଼ିଲେ ଶୁଭୁଛି ହ୍ୟାଲୋ : ନେଟୱର୍କ ପାଇଁ ନୟାନ୍ତ ହେଉଛନ୍ତି ଲୋକେ

Advertisment

ଏଠି ଗଛ ଉପରକୁ ଚଢ଼ିଲେ ଆସୁଛି ନେଟୱର୍କ, ଶୁଭୁଛି ହ୍ୟାଲୋ । ନା ମିଳୁଛି ଶୁଦ୍ଧ ପାନୀୟ ଜଳ ନା ମିଳୁଛି ମୌଳିକ ସୁବିଧା । ସେଥିପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଗୋଟିଏ ଗାଁର ୭୦ ପରିବାର । 

Updated On

ଏଠି ଗଛ ଉପରକୁ ଚଢ଼ିଲେ ଆସୁଛି ନେଟୱର୍କ, ଶୁଭୁଛି ହ୍ୟାଲୋ । ନା ମିଳୁଛି ଶୁଦ୍ଧ ପାନୀୟ ଜଳ ନା ମିଳୁଛି ମୌଳିକ ସୁବିଧା । ସେଥିପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଗୋଟିଏ ଗାଁର ୭୦ ପରିବାର । 

ଅଦ୍ୟତନ ହୋଇଛି
jaypur

Photograph: (kanaknews)

କନକ ବ୍ୟୁରୋ: ଏଠି ଗଛ ଉପରକୁ ଚଢ଼ିଲେ ଆସୁଛି ନେଟୱର୍କ, ଶୁଭୁଛି ହ୍ୟାଲୋ । ନା ମିଳୁଛି ଶୁଦ୍ଧ ପାନୀୟ ଜଳ ନା ମିଳୁଛି ମୌଳିକ ସୁବିଧା । ସେଥିପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଗୋଟିଏ ଗାଁର ୭୦ ପରିବାର । 
ଗାଁକୁ ସବୁ ସୁବିଧା ଯୋଗାଇବାକୁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠାରେ ପହଞ୍ଚିପାରିନି ପ୍ରଶାସନ । ଘାଗରାମୁଣ୍ଡା ପଞ୍ଚାୟତ ମଝିକା ଗାଁରେ ୭୦ରୁ ଅଧିକ ପରିବାର ରହୁଥିବା ବେଳେ ଆଜି ବି ଅବହେଳିତ ଏମାନେ । କାରଣ ଜାତୀୟ ରାଜପଥ ଠାରୁ ମାତ୍ର ୩ କିମି ଭିତରେ ଥିବା ଏହି ଗାଁରେ ମୋବାଇଲ ନେଟୱାର୍କ ସାତ ସପନ ।

ଅଧିକ ପଢନ୍ତୁ ....ରାଜଧାନୀରୁ ଅପହୃତ୍ତ ନାବାଳିକାର ମିଳୁନି ପତ୍ତା : କମିସନରେଟ ପୁଲିସ ପକ୍ଷରୁ ଜାରି ହେଲା ମିସିଂ ପୋଷ୍ଟର

ଖାଲି ମଝିକା ଗାଁ ନୁହେଁ ବରଂ ପାଖ ଗାଁ ସୁନ୍ଦରମୁଣ୍ଡି, ବାଲିଝରଣ, ଭେଜିଆ ଭଳି ଗାଁରେ ମଧ୍ୟ ଠିକରେ ନେଟୱର୍କ ଆସୁନି ।  ଯେଉଁଥିପାଇଁ ଗ୍ରାମବାସୀ ଗଛ ଉପରେ ଚଢିଲେ ମଝିରେ ମଝିରେ ଅଳ୍ପ ନେଟୱର୍କ ଆସୁଛି । ମୋବାଇଲ ନେଟୱାର୍କ ନଥିବା କାରଣରୁ ଜରୁରୀ କାଳୀନ ସେବାରୁ ଆରମ୍ଭ କରି ସରକାରଙ୍କର ରାସନ ଚାଉଳ ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଖାଲି ନେଟୱର୍କ ନୁହେଁ ଗାଁରେ ୩ଟି ନଳକୂପ ଥିବାବେଳେ ୨ଟି ଅଚଳ ବାକି ଗୋଟିଏରୁ ଲୁହା ମିଶା ପାଣି ବାହାରୁଥିଲେ ବି ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି ଗାଁ ଲୋକେ ।  ସେପଟେ ଏନେଇ ଉପଜିଲ୍ଲାପାଳ ଦିନମଣି ନାଏକ କହିଛନ୍ତି ବିଡିଓଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ  ।
ଦେଖିବା ସ୍ୱାଧୀନତାର ଏତେବର୍ଷ ପରେ ମଧ୍ୟ ଯେଉଁ ସରକାରୀ ବାବୁ ଶୁଣୁନଥିଲେ, ଆଜି ଖବର ବାଜିବା ପରେ ତାଙ୍କର ନଜର ପଡ଼ୁଛି ନା ନାହିଁ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe