କୋମାରୁ କେବେ ଉଠିବ ରାଜ୍ୟ କଂଗ୍ରେସ? ନିର୍ବାଚନ ପରେ ଶଯ୍ୟାଶାୟୀ ଦଳ । ପ୍ରଭାରୀଙ୍କ ଇସ୍ତଫା ମାଗିଲେ ନେତା

Advertisment

ନିର୍ବାଚନ ପରେ ରାଜ୍ୟରେ କଂଗ୍ରେସର ଗତି କୁଆଡେ ସ୍ପଷ୍ଟ ହେଉନି । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଅଧିକ ବିଧାୟକ ବିଧାନସଭାକୁ ଆସିଥିଲେ ବି ରାଜ୍ୟର ପ୍ରମୁଖ ପ୍ରସଙ୍ଗରେ ସେମାନଙ୍କ ସ୍ବର ଶୁଭୁନି।

ନିର୍ବାଚନ ପରେ ରାଜ୍ୟରେ କଂଗ୍ରେସର ଗତି କୁଆଡେ ସ୍ପଷ୍ଟ ହେଉନି । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଅଧିକ ବିଧାୟକ ବିଧାନସଭାକୁ ଆସିଥିଲେ ବି ରାଜ୍ୟର ପ୍ରମୁଖ ପ୍ରସଙ୍ଗରେ ସେମାନଙ୍କ ସ୍ବର ଶୁଭୁନି।

congress coma

କନକ ବ୍ୟୁରୋ: ନିର୍ବାଚନ ପରେ ରାଜ୍ୟରେ କଂଗ୍ରେସର ଗତି କୁଆଡେ ସ୍ପଷ୍ଟ ହେଉନି । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଅଧିକ ବିଧାୟକ ବିଧାନସଭାକୁ ଆସିଥିଲେ ବି ରାଜ୍ୟର ପ୍ରମୁଖ ପ୍ରସଙ୍ଗରେ ସେମାନଙ୍କ ସ୍ବର ଶୁଭୁନି। ଲାଗୁଛି ଯେମିତି କୋମାକୁ ପଳାଇଛି ରାଜ୍ୟ କଂଗ୍ରେସ। ବିଶେଷକରି ଦୀର୍ଘ ଚାରିମାସ ହେଲା ରାଜ୍ୟର ବଡ ବଡ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ତ ଦୂରର କଥା ତୁଙ୍ଗ ନେତାଙ୍କ ପାଟି ବି ଖୋଲୁନି। ରାଜ୍ୟ କଂଗ୍ରେସର ଏଭଳି ନୀରବତା ଅନେକ ପ୍ରଶ୍ନବାଚୀ ଛିଡା କରିଛି। ଯାହାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଦଳର ବରିଷ୍ଠ ନେତା। ହରିୟାଣାର ନିର୍ବାଚନ ପରେ ସେଠାକାର କଂଗ୍ରେସ ପ୍ରଭାରୀ ଯେମିତି ଇସ୍ତଫା ଦେଇଛନ୍ତି, ସେମିତି ଓଡିଶା କଂଗ୍ରେସ ପ୍ରଭାରୀଙ୍କ ଇସ୍ତଫା ଦେବା ଉଚିତ୍ ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ।  

୨୪ ବର୍ଷ ହେଲା ରାଜ୍ୟରେ କ୍ଷମତା ଠାରୁ ଦୂରେଇ ରହିଛି କଂଗ୍ରେସ। ତଥାପି ଦଳ ହାଇକମାଣ୍ଡ ଓ ନେତାଙ୍କ ଚେତା ପଶିନି। ମାସ ମାସ ଧରି ପିସିସି ସଭାପତି ସହ ଅନ୍ୟ ପ୍ରମୁଖ ପଦ ଫାଙ୍କା ପଡିଛି। ରାଜ୍ୟସ୍ତରଠାରୁ ଆରମ୍ଭ କରି ଜିଲ୍ଲାସ୍ତର ଯାଏଁ ଦଳୀୟ ନେତାଙ୍କର ଶିଥିଳ ପଡିଗଲାଣି ସ୍ବର। ବିଭିନ୍ନ ପ୍ରସଙ୍ଗରେ କିଛି ଛାତ୍ର ଓ ଯୁବ କଂଗ୍ରେସର କର୍ମୀ ରାସ୍ତାକୁ ଓହ୍ଲାଉଥିବା ବେଳେ ଦଳର ବରିଷ୍ଠ ନେତା ସାମ୍ନାକୁ ଆସିବାକୁ ସହଜ ଅନୁଭବ କରୁନାହାନ୍ତି। ଘରେ ବସି ଦଳର ଅଧୋପତନକୁ ଅନୁଭବ କରୁଛନ୍ତି କିନ୍ତୁ ଦାୟିତ୍ବ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଏସବୁ ଭିତରେ କର୍ମୀଙ୍କ ମନରେ ଜୋଶ ଭରିବାକୁ ଦୀପାବଳି ଯାଏଁ ଅପେକ୍ଷା କରିବାକୁ କହିଛନ୍ତି ସନ୍ତୋଷ ସିଂ ସାଲୁଜା।

ସୂଚନାଯୋଗ୍ୟ ଯେ, ଓଡିଶା ରାଜନୀତିର ଚିତ୍ର ବଦଳିବା ପରେ ନିଜ ନିଜର ସଙ୍ଗଠନକୁ ମଜବୁତ କରିବାରେ ଲାଗିଛନ୍ତି ବିଜେପି ଓ ବିଜେଡି। ସଭ୍ୟ ସଂଗ୍ରହ ଅଭିଯାନ ଜରିଆରେ ଦଳରେ ଦଳର କଳେବରକୁ ବଢ଼ାଉଛନ୍ତି। ହେଲେ, ରାଜ୍ୟରେ କଂଗ୍ରେସ ସବୁ ଦଳୀୟ କାର୍ଯ୍ୟ ଛାଡି ମୁଖିଆ ଅପେକ୍ଷାରେ ଏଆଇସିସି ନିଷ୍ପତିକୁ ଚାହିଁ ବସିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe