କନକ ବ୍ୟୁରୋ: ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪କୁ ନେଇ ହେଉଛି ଅନେକ ଆଲୋଚନା। କୁଳପତି ସମ୍ମିଳନୀରେ ଏହାକୁ ନେଇ ଚର୍ଚ୍ଚା ବି ହେଲା, କିନ୍ତୁ ବିଡମ୍ବନାର କଥା ହାତ ଗଣତି କୁଳପତିଙ୍କୁ ଛାଡିଦେଲେ ସମ୍ମିଳନୀରେ ଥିଲେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି। ଭାରପ୍ରାପ୍ତ କୁଳପତିଙ୍କୁ ନେଇ ପ୍ରସ୍ତୁତ ହୋଇଛି ବିଭିନ୍ନ ଯୋଜନା।
- କଣ ହେବ ବିଶ୍ବବିଦ୍ୟାଳୟର ଭବିଷ୍ୟତ ?
- କେବେ ନିଯୁକ୍ତ ହେବେ ନୂଆ କୁଳପତି ?
- କେବେ ପୂରଣ ହେବ ଅଧ୍ୟାପକ ପଦବୀ ?
ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଛି କୁଳପତି ସମ୍ମିଳନୀ। ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୨୪ ନେଇ ହେଉଛି ଆଲୋଚନା। ନିଯୁକ୍ତି ପ୍ରକ୍ରିୟାର ନିୟମ,ପାଠ୍ୟକ୍ରମରେ ସମାନତା,ବିଭିନ୍ନ ପିଜି ବିଭାଗକୁ ମିଶାଇବା ପ୍ରସଙ୍ଗରେ ହୋଇଛି ଆଲୋଚନା। ସଂଶୋଧନ ନେଇ ଉପୁଜିଥିବା ଦ୍ୱନ୍ଦ ଦୂର କରାଯାଉଛି। ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀ ବି ହୋଇଛନ୍ତି ସାମିଲ କିନ୍ତୁ କୁଳପତି ସମ୍ମିଳନୀରେ ଭାରପ୍ରାପ୍ତ କୁଳପତିଙ୍କ ନେଇ ହେଉଛି ଆଲୋଚନା। ବିଡମ୍ବନାର ବିଷୟ, ସମ୍ମିଳନୀରେ ସାମିଲ ହୋଇଥିବା କିଛି କୁଳପତିଙ୍କର କାର୍ଯ୍ୟକାଳ ମାତ୍ର ୪ରୁ ୫ ମାସ ମଧ୍ୟରେ ସରିଯିବ। ସେହିପରି ଯେଉଁ ବିଶ୍ୱବିଦ୍ୟାଳୟରେ କୁଳପତି ନାହାନ୍ତି ସେ ସ୍ଥାନ କେବେ ପୂରଣ ହେବ ତାହାର ଉତ୍ତର କାହାରି ପାଖରେ ନାହିଁ। କୁଳାଧିପତିଙ୍କ ସହ ଏନେଇ ଆଲୋଚନା ଚାଲିଥିବା କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
କେବଳ କୁଳପତି ନୁହେଁ, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ୧୩୫୩ ଅଧ୍ୟାପକ-ଅଧ୍ୟାପିକାଙ୍କର ପଦବୀ ଖାଲି ରହିଛି। କେଉଁଠି ପ୍ରଫେସର ପଦବୀ ଫାଙ୍କା ରହିଛି ତ, ପୁଣି କେଉଁଠି ଆସୋସିଏଟ ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ରହିଛି। ଏହି ଖାଲି ଥିବା ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବା କହିଛନ୍ତି । ପୂର୍ବରୁ ଅଧ୍ୟାପକ ଅଧ୍ୟାପିକାଙ୍କ ଅବସର ପରେ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଥିବାବେଳେ ଏଣିକି ବର୍ଷର ଆରମ୍ଭରୁ କିମ୍ୱା ଅବସର ହେବାର ୪ରୁ ୫ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରାଯାଇଛି।
ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ସ୍ୱତନ୍ତ୍ର କମିଟି ଗଠନ କରୁଛି। ୪ ଜଣ କୁଳପତିଙ୍କୁ ନେଇ ଗଠନ ହେବ କମିଟି। ଏହି କମିଟିର ପରାମର୍ଶ ଅନୁଯାୟୀ ମେ ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ବିଭାଗ ଯୋଜନା ରଖିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/04/15/rStE2meWRbbuVslsW1bF.jpg)