କନକ ବ୍ୟୁରୋ : ଶ୍ରୀମନ୍ଦିର ସିଂହଦ୍ୱାରରେ କେବେ ସ୍ଥାପନ ହେବ ଦଶାବତାର ମୂର୍ତ୍ତି? ୨୦୧୨ରେ ଚୁନର ଦଶାବତାର ମୂର୍ତ୍ତି କଢାଯାଇ ନୂତନ ମୂର୍ତ୍ତି ସ୍ଥାପନକୁ ନେଇ ହୋଇଥିଲା ବିବାଦ । ଏହି ମାମଲା ଏବେ ହାଇକୋର୍ଟରେ ଥିବା ବେଳେ ପୂର୍ବରୁ ବିବାଦ ସୃଷ୍ଟି କରିଥିବା ଉଭୟ ଗୋଷ୍ଠୀଙ୍କ ସହ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଥିଲେ । ସେପଟେ ଦୀର୍ଘ ୧୨ ବର୍ଷ ଧରି ଦଶାବତାର ମୂର୍ତ୍ତି ସ୍ଥାପନ ନହେବାରୁ ସିଂହଦ୍ୱାର ଅଶୋଭନୀୟ ଦେଖାଯାଉଛି । ତେଣୁ ତୁରନ୍ତ ଦଶାବତାର ମୂର୍ତ୍ତି ସ୍ଥାପନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉଦ୍ୟମ କରନ୍ତୁ ବୋଲି ଦାବୀ କରିଛନ୍ତି ସେବାୟତ । ଏଏସଆଇ ପକ୍ଷରୁ ମୂର୍ତ୍ତି ନିର୍ମାଣ ପାଇଁ ଦିଆଯାଇଥିବା ସଂସ୍ଥା ଦଶାବତାର ମୂର୍ତ୍ତି ନିର୍ମାଣ କରି ୧୨ ବର୍ଷ ଧରି ବସିରହିଥିବା ବେଳେ ତାକୁ କେବେ ପ୍ରତ୍ନତତ୍ତ୍ବ ବିଭାଗ ଆଣି ସିଂହଦ୍ୱାରରେ ଲଗାଇବ ତାକୁ ନେଇ ଉଠିଛି ପ୍ରଶ୍ନ ।
ସିଂହଦ୍ୱାରରେ ଦଶାବତାର ମୂର୍ତ୍ତି ବିବାଦ
୨୦୧୨ରେ ଚୁନର ଦଶାବତାର ମୂର୍ତ୍ତି କଢାଯାଇଥିଲା
ଦୀର୍ଘ ୧୨ ବର୍ଷ ଧରି ମୂର୍ତ୍ତି ସ୍ଥାପନ ହୋଇନି
ମାମଲା ହାଇକୋର୍ଟରେ ବିଚାରାଧୀନ
ଦଶାବତାର ମୂର୍ତ୍ତି ସ୍ଥାପନ ପାଇଁ ସେବାୟତଙ୍କ ଦାବି