ଭୂମିହୀନଙ୍କୁ କେବେ ମିଳିବ ସୁଭଦ୍ରା ଯୋଜନା ; ଜମି ଅଛି କହି ବାଦ୍ ଦେଇଛି ସ୍ଥାନୀୟ ପ୍ରଶାସନ

Advertisment

ପୁରୀ ଜିଲ୍ଲାରେ ଭୁମିହୀନ ପରିବାର ସୁଭଦ୍ରାରୁ ବାଦ୍ ପହିଛନ୍ତି । ଏହି ପରିବାର ପାଖରେ ୮ ଏକର ଜମି ଅଛି ଦର୍ଶାଇ ସୁଭଦ୍ରା ଯୋଜନାରୁ ବାଦ ପକାଇଛି ସ୍ଥାନୀୟ ପ୍ରଶାସନ । 

ପୁରୀ ଜିଲ୍ଲାରେ ଭୁମିହୀନ ପରିବାର ସୁଭଦ୍ରାରୁ ବାଦ୍ ପହିଛନ୍ତି । ଏହି ପରିବାର ପାଖରେ ୮ ଏକର ଜମି ଅଛି ଦର୍ଶାଇ ସୁଭଦ୍ରା ଯୋଜନାରୁ ବାଦ ପକାଇଛି ସ୍ଥାନୀୟ ପ୍ରଶାସନ । 

19

କନକ ବ୍ୟୁରୋ : ଭୂମିହୀନଙ୍କୁ କେବେ ମିଳିବ ସୁଭଦ୍ରା ଯୋଜନା । ଏହି ଯୋଜନା ଏବେ ବାଟବଣା ହେବାରେ ଲାଗିଛି । ଏପରି ଖବର ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ହୁଜଂଣ ଗାଁରୁ । ଏହି ଗାଁରେ ଥିବା ଭୁମିହୀନ ପରିବାର ଏଥିରୁ ବାଦ୍ ପହିଛନ୍ତି । ପରିବାର ପାଖରେ ୮ ଏକର ଜମି ଅଛି ଦର୍ଶାଇ ସୁଭଦ୍ରା ଯୋଜନାରୁ ବାଦ ପକାଇଛି ସ୍ଥାନୀୟ ପ୍ରଶାସନ । 

ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳକୁ ଯାଇ ନିଜର ଜମି ନାହିଁ ବୋଲି ପ୍ରମାଣ ପତ୍ର ଆଣି ବ୍ଲକ କର୍ଯ୍ୟାଳୟରେ ଦେଇ ମଧ୍ୟ ଯୋଜନାରୁ ବାଦ୍ ପଡିଛନ୍ତି । ଏମାନେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ମୁଲ ଲାଗିଲେ ପରିବାର ଚଳୁଛି । ହେଲେ ସୁଭଦ୍ରା ଯୋଜନାରୁ ବାଦ୍ ପଡିବାରୁ  ସେମାନେ ଆଣିଛନ୍ତି ଅଭିଯୋଗ । ସେହି ଗାଁର ୮ ଟି ପରିବାର ସରକାରଙ୍କ ଯୋଜନା ସୁଭଦ୍ରାରେ ଯୋଡ଼ିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe