କନକ ବ୍ୟୁରୋ : ଭୂମିହୀନଙ୍କୁ କେବେ ମିଳିବ ସୁଭଦ୍ରା ଯୋଜନା । ଏହି ଯୋଜନା ଏବେ ବାଟବଣା ହେବାରେ ଲାଗିଛି । ଏପରି ଖବର ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ହୁଜଂଣ ଗାଁରୁ । ଏହି ଗାଁରେ ଥିବା ଭୁମିହୀନ ପରିବାର ଏଥିରୁ ବାଦ୍ ପହିଛନ୍ତି । ପରିବାର ପାଖରେ ୮ ଏକର ଜମି ଅଛି ଦର୍ଶାଇ ସୁଭଦ୍ରା ଯୋଜନାରୁ ବାଦ ପକାଇଛି ସ୍ଥାନୀୟ ପ୍ରଶାସନ ।
ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳକୁ ଯାଇ ନିଜର ଜମି ନାହିଁ ବୋଲି ପ୍ରମାଣ ପତ୍ର ଆଣି ବ୍ଲକ କର୍ଯ୍ୟାଳୟରେ ଦେଇ ମଧ୍ୟ ଯୋଜନାରୁ ବାଦ୍ ପଡିଛନ୍ତି । ଏମାନେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ମୁଲ ଲାଗିଲେ ପରିବାର ଚଳୁଛି । ହେଲେ ସୁଭଦ୍ରା ଯୋଜନାରୁ ବାଦ୍ ପଡିବାରୁ ସେମାନେ ଆଣିଛନ୍ତି ଅଭିଯୋଗ । ସେହି ଗାଁର ୮ ଟି ପରିବାର ସରକାରଙ୍କ ଯୋଜନା ସୁଭଦ୍ରାରେ ଯୋଡ଼ିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/17/19-2025-08-17-10-17-15.jpg)