କନକବ୍ୟୁରୋ : ସାର ପାଇଁ ରାତି ଆଧରୁ ଚାଷୀଙ୍କ ଲମ୍ବା ଲାଇନ । ସେବା ସମବାୟ ସମିତି ଖୋଲିବା ଆଗରୁ ଶତାଧିକ ଚାଷୀଙ୍କ ଅପେକ୍ଷା । ଲୋକଙ୍କ ପରିବର୍ତ୍ତେ ଲାଇନରେ ଲାଗିଛି ବ୍ୟାଗ୍, ଚପଲ ଓ ଜରି ଅଖା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ସେବା ସମବାୟ ସମିତି ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସାର ମିଳିବା ଆଶାରେ ଚାରିରୁ ପାଞ୍ଚ ଦିନ ହେଲା ଚାଷୀମାନେ ସମବାୟ ସମିତି ଆସୁଛନ୍ତି । ହେଲେ ସାର ନପାଇ ନିରାଶ ହୋଇ ଫେରୁଛନ୍ତି । ଗୋଟିଏ ପଟେ ରାଜ୍ୟରେ ସାରର ଅଭାବ ନାହିଁ ବୋଲି ମନ୍ତ୍ରୀ କହୁଛନ୍ତି । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଏଭଳି ଦୃଶ୍ୟ ସାମ୍ନାକୁ ଆସୁଛି । ତେବେ କେଉଁଠି ରହୁଛି ସମସ୍ୟା ତାହା ବୁଝିହେଉନି । ଖୁବ୍ ଶୀଘ୍ର ଏଥିପ୍ରତି ଗୁରୁତ୍ବ ଦେବାକୁ ଦାବି ହୋଇଛି ।
କେବେ ସରିବ ସାର ସମସ୍ୟା : ଗଞ୍ଜାମ ଦିଗପହଣ୍ଡିରେ ବ୍ୟାଗ୍, ଅଖା ପକାଇ ଲାଇନ୍ରେ ଚାଷୀ
ସାର ପାଇଁ ରାତି ଆଧରୁ ଚାଷୀଙ୍କ ଲମ୍ବା ଲାଇନ । ସେବା ସମବାୟ ସମିତି ଖୋଲିବା ଆଗରୁ ଶତାଧିକ ଚାଷୀଙ୍କ ଅପେକ୍ଷା । ଲୋକଙ୍କ ପରିବର୍ତ୍ତେ ଲାଇନରେ ଲାଗିଛି ବ୍ୟାଗ୍, ଚପଲ ଓ ଜରି ଅଖା
/kanak/media/media_files/2025/09/16/27-2025-09-16-10-34-57.jpg)