କନକ ବ୍ୟୁରୋ : When will the fate of the Lanth river bridge change? ସେଥିପାଇଁ ପୂର୍ବ ସରକାର ବିଜୁ ସେତୁ ଯୋଜନାରେ ପୋଲର ପରିକଳ୍ପନା କଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ଠିକା ସଂସ୍ଥା କାମ ଆରମ୍ଭ କରିଥିଲା । ହେଲେ ଏହାରି ଭିତରେ ସରକାର ବଦଳି ସାରିଛନ୍ତି । ଧାର୍ଯ୍ୟ ସମୟ ଅତିକ୍ରମ କରି ସାରିଛି । ଠିକା ସଂସ୍ଥା ମଧ୍ୟ ବଦଳି ସାରିଛି । କିନ୍ତୁ ପୋଲ କାମ ସରୁନାହିଁ । 

Advertisment

୧୨ କୋଟି ୯୪ ଲକ୍ଷ ଟଙ୍କାରେ ସେତୁ ନିର୍ମାଣ ପାଇଁ ୨୦୧୬ ଜାନୁଆରୀ ୧୫ରେ ଶୁଭ ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ । ୨୦୧୮ ମେ' ୧୪ରେ ପୋଲ କାମ ସାରିବାକୁ ଡେଡଲାଇନ୍ ଦିଆଯାଇଥିଲା । ହେଲେ ନିମ୍ନମାନର କାମ ଅଭିଯୋଗ ଆସିବାରୁ ଠିକାଦାରକୁ କାମରୁ ଅନ୍ତର କରିଥିଲା ପୂର୍ତ୍ତ ବିଭାଗ । ପରେ ଏହାକୁ ନେଇ ବହୁ ବାଦବିବାଦ ହେଲା । କଥା କୋର୍ଟ କଚେରୀ ଯାଏଁ ଗଲା । ଆଉ ଏକ ଠିକା ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି । ହେଲେ ପୂର୍ବରୁ ହୋଇଥିବା ନିମ୍ନମାନର ନିର୍ମାଣକୁ ନେଇ ଆର.ଡି ବିଭାଗ କୌଣସି ନିଷ୍ପତି ନେଉନଥିବାରୁ ନୂଆ କାମ ମଧ୍ୟ ଆଗେଇ ପାରୁନଥିବା ଜଣାପଡ଼ିଛି । 
ପୋଲ କାମରେ ବିଳମ୍ବକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବିଭାଗ ପକ୍ଷରୁ କୌଣସି ପ୍ରକାର ନିଷ୍ପତି ନିଆ ଯାଇନଥିବାରୁ ବର୍ତମାନର ଠିକା ସଂସ୍ଥା କାମ ବନ୍ଦ କରି ଚାଲିଯିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି ।