ଜରାଜୀର୍ଣ୍ଣ ମଞ୍ଚ ନାଟକର ଏନ୍ତୁଡିଶାଳ । ମାଟିରେ ମିଶିବାକୁ ବସିଛି ରଂଗମଞ୍ଚ ।

Advertisment

ସତ୍ତା ହରାଇ ଆଜି ଖୋଜୁଛି ନିଜର ପରିଚୟ ।  କେତେ ଘୋଷଣା ପରେ ସୁଧୁରିବ ଅବସ୍ଥା । 

ସତ୍ତା ହରାଇ ଆଜି ଖୋଜୁଛି ନିଜର ପରିଚୟ ।  କେତେ ଘୋଷଣା ପରେ ସୁଧୁରିବ ଅବସ୍ଥା । 

ମାଟିରେ ମିଶିବାକୁ ବସିଛି ରଂଗମଞ୍ଚ

କନକ ବ୍ୟୁରୋ : ଅନ୍ନପୂର୍ଣ୍ଣା ଥିଏଟର । ରାଜ୍ୟର ସର୍ବପୁରାତନ ଥିଏଟର । ଏହି ମଞ୍ଚ ଅନେକଙ୍କୁ ଦେଇଥିଲା ବଞ୍ଚିବାର ରାହା, ଆଶା, ସ୍ୱପ୍ନ-  କିନ୍ତୁ ନିଜେ ଆଜି ଖୋଜୁଛି ରାହା ।  ଅବହେଳିତ, ଅସୁରକ୍ଷିତ ଅବସ୍ଥାରେ ରଂଗମଞ୍ଚ--ଦିନେ ଏହି ମଞ୍ଚରୁ ତିଆରି ହେଉଥିଲେ ରାଜ୍ୟର ଅନେକ ପ୍ରତିଷ୍ଠିତ କଳାକାର । ହେଲେ ଆଜି ପୁରା ପୁରା ଖାଁ ଖାଁ । କାଠ ଭାରାରେ ଲଟକିଛି ଛାତ । ବାଲକୋନି ଠାରୁ ଝରକା ସବୁ କିଛି ବିପଦସଙ୍ଗୁଳ ଅବସ୍ଥାରେ ।

ମାଟି ନୁହେଁ --ଏଠି କାନ୍ଥରେ ଉଠିଗଲାଣି ଗଛ, ଲତା । ରଙ୍ଗମଞ୍ଚର ମୁଖଶାଳା କଥା ନ କହିଲେ ଭଲ । ଶ୍ରୀହୀନ ପରି ଲାଗୁଛି କାଳାକାରଙ୍କ ପ୍ରିୟ ରଙ୍ଗମଞ୍ଚ। ଯେଉଁଠି ଦିନେ ବସିବାକୁ ଜାଗା ଟିକିଏ ମିଳୁନଥିଲା ସେଠି ଆଜି ଦର୍ଶକ ବସିବା ପାଇଁ ପଡିଛି ମାତ୍ର କେଇଟି ପ୍ଲାଷ୍ଟିକ ଚେୟାର । ପଙ୍ଖାର ଘୁଘୁଂ ଶଦ୍ଦରେ କଳାକାରଙ୍କ କଳା ପ୍ରଦର୍ଶନକୁ ଦେଖୁଛି କିଏ । ସହର ଆଧୁନିକ ହେଉଛି, କିନ୍ତୁ ଆଧୁନିକତାର ସ୍ପର୍ଶ ପାଉନି ଅନ୍ନପୂର୍ଣ୍ଣା । ଥା ଥା ମା ମାରେ ଚାଲିଛି । ଅର୍ଥାଭାବରୁ ଅନେକ କଳାକାର ଏବେ ଯାତ୍ରା ମୁହାଁ । ଆଉ ଭରସି ପାଉନହାନ୍ତି ଥିଏଟରକୁ ।  
 
 ଅନ୍ୟକୁ ହସାଉଥିବା କଳାକାର ଆଜି କେମିତି ଯନ୍ତ୍ରଣାରେ ଛଟପଟ ହେଉଛି । ତାଙ୍କୁ ତିଆରି କରିଥିବା କାରଖାନା ତାଙ୍କ ଆଖି ଆଗରେ ଉଜୁଡିଯାଉଛି । ତବର୍ଷ ଏପ୍ରିଲ ମାସରେ ଅବଢ଼ା ଯୋଜନାରେ ଏହି ସର୍ବପୁରାତନ ରଙ୍ଗମଞ୍ଚକୁ ସାମିଲ କରାଯିବା ନେଇ ଘୋଷଣା କରାଗଲା। ପରିଚାଳନା କମିଟିର ଅଧ୍ୟକ୍ଷ ନିଜେ ଜିଲ୍ଲାପାଳ ରହିଲେ, ହେଲେ ସମସ୍ତେ ଭୂଲିଗଲେ ଏହି ସର୍ବପୁରାତନ ରଙ୍ଗମଞ୍ଚକୁ। ସେପଟେ ଆଭିଯୋଗ ଆସିଲେ ଖୁବଶୀଘ୍ର ଏହାର ରକ୍ଷଣାବେକ୍ଷଣ ହେବ କହିଛନ୍ତି ପୁରୀ ପୌର ସଂସ୍ଥା ଅଧିକାରୀ ।


ଦିନେ ଶ୍ରୀକ୍ଷେତ୍ରର ରଙ୍ଗମଞ୍ଚ ପାଇଥିଲା -ମଞ୍ଚ ନାଟକରେ ସ୍ୱତନ୍ତ୍ର ପରିଚୟ, ହେଲେ ଏବେ ଭୁଶୁଡ଼ିବାକୁ ଅପେକ୍ଷା କରିଛି । ସଂପୂର୍ଣ୍ଣ ମାଟିରେ ମିଶିବା ପୂର୍ବରୁ ପୁନରୁଦ୍ଧାର ଜରୁରୀ ହୋଇପଡିଛି । ମଞ୍ଚ ନାଟକକୁ ଚଳଚଞ୍ଚଳ କରିବା , କଳାକାରଙ୍କ ମନ ଆଉ ପେଟକୁ ପୂରାଇବା ପାଇଁ ପ୍ରଶାସନ ତତ୍ପର ହେବାକୁ ପଡିବ...ନ ହେଲେ ଆଗାମୀ ପୀଢିଙ୍କ ପାଇଁ ଇତିହାସ ପାଲଟିଯିବ ଅନ୍ନପୂର୍ଣ୍ଣା ଥିଏଟର ।   
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe