Photograph: (KANAKNEWS)
କନକବ୍ୟୁରୋ : ଯାଜପୁର ରୋଡ଼ରେ ବ୍ୟାପିଥିବା ଝାଡ଼ାବାନ୍ତି ସ୍ଥିତିରେ ଧୀରେ ଧୀରେ ସୁଧାର ଆସିଲାଣି । ଆଜି ସକାଳୁ ଯାଜପୁର ରୋଡ ମେଡ଼ିକାଲରେ ନୂଆ ୨ଜଣ ଆକ୍ରାନ୍ତ ଆସିଥିବା ବେଳେ ମୋଟ ଏବେ ୧୧ଜଣ ଚିକିତ୍ସାଧିନ ଅଛନ୍ତି । ସେହିପରି ସୁକିନ୍ଦାରେ ୧୪ଜଣ ଚିକିତ୍ସାଧିନ ଥିବାବେଳେ ନୂଆ ଆକ୍ରାନ୍ତ କେହି ଆସିନାହାଁନ୍ତି । ସେପଟେ ଦାନଗଦିରେ ରାତି ସୁଧା ୧୩ ନୂଆ ଆକ୍ରାନ୍ତ ଆସିଥିବା ବେଳେ ୧୨ଜଣ ଆକ୍ରାନ୍ତ ଚିକିତ୍ସା ହୋଇ ଫେରିଯାଇଛନ୍ତି । ଏବେ ବି ୧୩ଜଣ ଚିକିତ୍ସାଧିନ ଅଛନ୍ତି । ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ପରିଲିଖିତ ହୋଇଛି ।
Follow Us