କନକବ୍ୟୁରୋ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ଜୟନ୍ତୀ ସାରାଦେଶ ପାଳନ କରୁଛି। ହେଲେ ଏବେ ବି ରହସ୍ୟ ଘେରରେ ରହିଛି ନେତାଜୀଙ୍କ ମୃତ୍ୟୁ। ନେତାଜୀଙ୍କ ମୃତ୍ୟୁ ରହସ୍ୟର ସଠିକ୍ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି ନେତାଜୀଙ୍କ ବଂଶଜ । ସୂଚନା ମୁତାବିକ୍, ନେତାଜଙ୍କ ମୃତ୍ୟୁ ରହସ୍ୟକୁ ନେଇ ପ୍ରଥମେ ସାହାନୱାଜ୍ କମିଟି ଗଠନ ହୋଇଥିଲା । ଉକ୍ତ କମିଟି ରିପୋର୍ଟ୍ ଦେଇଥିଲା ତାଇହୁକୁ ବିମାନ ବନ୍ଦରରେ ନେତାଜୀଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇଥିଲା ଓ ସେହିଠାରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା ।
ସେହି କମିଟିରେ ସଦସ୍ୟ ଥିଲେ ଖୋଦ୍ ନେତାଜୀଙ୍କ ବଡ଼ଭାଇ ସୁରେଶ୍ ଚନ୍ଦ୍ର ବୋଷ । କିନ୍ତୁ ସୁରେଶ୍ ସନ୍ତୁଷ୍ଟ ନଥିଲେ ସାନୱାଜ୍ କମିଟିର ରିପୋର୍ଟକୁ ନେଇ, ଏବଂ ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଜଣାଇଥିଲେ । ହେଲେ ସେ ସମୟରେ ଘଟଣାକୁ ଚାପି ଦିଆଯାଇଥିଲା। ପରେ ଜଷ୍ଟିସ ଜି.ଡ଼ି. ଖୋସଲା କମିଶନ ଓ ଜଷ୍ଟିସ ମନୋଜ୍ ମୁଖାର୍ଜୀ କମିଶନ ତଦନ୍ତ କରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ । ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ପ୍ରଥମଥର ପ୍ରଧାନମନ୍ତ୍ରୀ ହେବା ପରେ ନେତାଜୀଙ୍କ ପୁରା ପରିବାର ରାଜଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ମୋଦୀ ମଧ୍ୟ ତଦନ୍ତ ପାଇଁ ପ୍ରତିଶୃତି ଦେଇଥିଲେ ।
କିନ୍ତୁ ବିଡ଼ମ୍ବନାର ବିଷୟ ଏହାରି ଭିତରେ ୧୦ ବର୍ଷ ବିତଯାଇଥିଲେ ସୁଦ୍ଧା ଏବେବି ରହସ୍ୟ ଘେରରେ ନେତାଜୀଙ୍କ ମୃତ୍ୟୁ । ଆଉ ଏବେ ପୁନର୍ବାର ଗଣମାଧ୍ୟମ ଜରିଆରେ ସଠିକ୍ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ନେତାଜୀଙ୍କ ନାତି ସୁପ୍ରିୟୋ ବୋଷ ।
ସେପଟେ ନେତାଜୀ ଜୟନ୍ତୀ ପୂର୍ବରୁ ନେତାଜୀଙ୍କ ମୃତ୍ୟୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ମାମଲାକୁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ । ମାମଲାରେ କେନ୍ଦ୍ର ସରକାରଙ୍କ ଗୃହ ସଚିବଙ୍କୁ କରାଯାଇଛି ପକ୍ଷଭୁକ୍ତ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି ।
ଏଥିରେ କୁହାଯାଇଛି, ୨୩ ଜାନୁୟାରୀକୁ ଜାତୀୟ ଦିବସ ଭାବେ ଘୋଷଣା କରାଯାଉ । ନେତାଜୀଙ୍କୁ ଜାତୀୟ ପୁତ୍ର ଭାବେ ସରକାରୀ ସ୍ତରରେ ଘୋଷଣା କରାଯାଉ। ନେତାଜୀଙ୍କ କଟକ ଜନ୍ମସ୍ଥାନ ଜାତୀୟ ସଂଗ୍ରହାଳୟ ହେଉ। ମନୋଜ ମୁଖାର୍ଜୀ କମିଶନଙ୍କ ରିପୋର୍ଟ ସରକାରୀ ସ୍ତରରେ ଗ୍ରହଣୀୟ କରାଯାଉ। ଏହି କମିଶନ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇନାହିଁ ବୋଲି ରିପୋର୍ଟ ଦେଇଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/23/L183NbgMkJtKijiQ6fgQ.jpg)