ଭଦ୍ରକ ଜିଲ୍ଲା ରାଜରାଜେଶପଲ୍ଲୀ ଗାଁରେ ନାବାଳିକା ନିଖୋଜ ଘଟଣା ଉପରୁ କେବେ ହଟିବ ପରଦା ?

Advertisment

ଛାତ୍ରୀ ନିଖୋଜକୁ ୬ ମାସ ପୂରିଲାଣି । ତଥାପି ପୁଲିସ ହାତ ଖାଲି । ଭଦ୍ରକ ଜିଲ୍ଲା ବାଂଶଡା ଥାନା ରାଜ ରାଜେଶ୍ବର ପାଲି ଗାଁର ନିଖୋଜ ଘଟଣା ଉପରକୁ କେବେ ପରଦା ହଟିବ, ସେ ନେଇ କାହା ପାଖରେ କିଛି ସୂଚନା ନାହିଁ ।  

ଛାତ୍ରୀ ନିଖୋଜକୁ ୬ ମାସ ପୂରିଲାଣି । ତଥାପି ପୁଲିସ ହାତ ଖାଲି । ଭଦ୍ରକ ଜିଲ୍ଲା ବାଂଶଡା ଥାନା ରାଜ ରାଜେଶ୍ବର ପାଲି ଗାଁର ନିଖୋଜ ଘଟଣା ଉପରକୁ କେବେ ପରଦା ହଟିବ, ସେ ନେଇ କାହା ପାଖରେ କିଛି ସୂଚନା ନାହିଁ ।  

GIRLS MISSING

Photograph: (KANAKNEWS)

କନକବ୍ୟୁରୋ : ଛାତ୍ରୀ ନିଖୋଜକୁ ୬ ମାସ ପୂରିଲାଣି । ତଥାପି ପୁଲିସ ହାତ ଖାଲି । ଭଦ୍ରକ ଜିଲ୍ଲା ବାଂଶଡା ଥାନା ରାଜ ରାଜେଶ୍ବର ପାଲି ଗାଁର ନିଖୋଜ ଘଟଣା ଉପରକୁ କେବେ ପରଦା ହଟିବ, ସେ ନେଇ କାହା ପାଖରେ କିଛି ସୂଚନା ନାହିଁ ।  ଗାଁର ୧୩ ବର୍ଷୀୟ ଛାତ୍ରୀ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ ବାଟରୁ କେହି ଅପହରଣ କରିନେଇଥିଲେ  । ଛାତ୍ରୀଙ୍କ ସାଇକେଲ ଏବଂ ବହି ବସ୍ତାନିକୁ ମଧ୍ୟ ଦୁର୍ବୁତ୍ତ ନେଇଯାଇଥିବା ଅଭିଯୋଗ ହୋଇଥିଲା ।  

ପୁଣି ବଢ଼ିଲା ସୁନା ଦର, ରୁପା ଦର ୪୦ହଜାରକୁ ବୃଦ୍ଧି : ମାଲାମାଲ ନିବେଶକ

ସବୁଠୁ ବଡ଼ କଥା ନାବାଳିକାର ବାପା ମସ୍ୟଜୀବୀ ଧୀବର ।  ମାଛ ମାରିବା ପାଇଁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାଙ୍କ ମା’ ମଧ୍ୟ ଧାନ ଚାଷ କରିବାକୁ ମଜୁରୀ ଲାଗି ଅନ୍ୟ ଗାଁକୁ ଯାଇଥିଲେ । ମା-ବାପାଙ୍କ ଅନୁ ପସ୍ଥିତିରେ ନାବାଳିକା ଜଣଙ୍କ ତାଙ୍କ ଜେଜେ ମା’ ପାଖରେ ରହି ପାଠ ପଢୁଥିଲେ । ହେଲେ ଘଟଣା ଦିନ ନାବାଳିକା ଛାତ୍ରୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଦିନ ଯାଇ ସନ୍ଧ୍ୟା ହେଲେ ହେଲେ ନାବାଳିକା ଘରକୁ ଫେରିଲା ନାହିଁ ।

ଜେଜେ ମା’ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାରେ ତାଙ୍କ ନାତୁଣୀକୁ କେହି ଅପହରଣ କରି ନେଇଥିବା ଶୁଣିବାକୁ ପାଇଲେ।  ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ନାବାଳିକାର ବାପା ଓ ମାଙ୍କୁ ଜଣାଇ ପାରିନଥିଲେ । ପୁଅକୁ ଜଣାଇବା ପରେ ଉଭୟ ପୁଅ-ବୋହୁ ଆସି  ଅଗଷ୍ଟ ୬ ତାରିଖରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ବାଂଶଡା ଥାନାରେ କରିଥିଲେ । ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ମାତ୍ର ଅପହରଣ ଘଟଣାର ୬ମାସ ବିତିଯାଇଥିଲେ ବି ତଦନ୍ତରେ କୌଣସି ଅଗ୍ରଗତି ହୋଇନାହିଁ । ଏପଟେ ନ୍ୟାୟ ନ ପାଇ ମା’ ଥାନାକୁ ବାରମ୍ବାର ଦୌଡ଼ି ନିରାଶ ହୋଇଛି । ଆଜକୁ ଦୀର୍ଘ ୬ମାସ ହେଲା ନିଜର ଏକମାତ୍ର ଝିଅର ଫେରିବା ବାଟକୁ ଅପେକ୍ଷା କରି ମା’ ଆଖିରୁ ଲୁହ ସୁଖୁନାହିଁ । ସପରିବାର ଘରେ ଅଖିଆ ଅପିଆ କାନ୍ଦ ବୋବାଳିରେ ଫାଟିପଡୁଛି । ୧୩ ବର୍ଷର ଝିଅ କେଉଁଠି ଅଛି କେମିତି ଅଛି ଯାହାକୁ ନେଇ ପୁଲିସ୍ ର କାର୍ଯ୍ୟଦକ୍ଷତାକୁ ପ୍ରଶ୍ନ ଉଠାଇଛନ୍ତି । ନ୍ୟାୟ ନ ମିଳିଲେ ଥାନା ଆଗରେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି ପରିବାର ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe