କନକ ବ୍ୟୁରୋ: ଭରତପୁର ଥାନା ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦିଆଯାଇଥିବା ବେଳେ ଜଷ୍ଟିଷ ଚିତ୍ତରଞ୍ଜନ ଦାଶଙ୍କ ଅଧକ୍ଷତାରେ ଆଜି ତଦନ୍ତ କମିଶନର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀମାନେ ବୈଠକରେ ସାମିଲ ହେବା ସହ ମାମଲାର ତଦନ୍ତ ଅଗ୍ରଗତି ନେଇ କମିଶନଙ୍କୁ ଅବଗତ କରାଇଥିଲେ। ବୈଠକରେ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତିଙ୍କ ସମେତ ଗୃହ ସଚିବ ସତ୍ୟବ୍ରତ ସାହୁ, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ରାଧାକୃଷ୍ଣ ଶର୍ମା, କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଉପସ୍ଥିତ ଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ...

Advertisment
  • ଏହି ମାମଲାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିବା ସମସ୍ତଙ୍କୁ ସତ୍ୟପାଠ ଦାଖଲ କରିବାକୁ କମିଶନ ପକ୍ଷରୁ କୁହାଯାଇଛି
  • ଏପର୍ଯ୍ୟନ୍ତ ଅନେକ ସତ୍ୟପାଠ କମିଶନଙ୍କ ହସ୍ତଗତ ହୋଇଛି
  • ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ସତ୍ୟପାଠ ଆସିବା ପରେ ଏହାର ଯାଞ୍ଚ କରିବ ତଦନ୍ତ କମିଶନ
  • ସତ୍ୟପାଠ ଯାଞ୍ଚ ହେବା ପରେ ଆବଶ୍ୟକୀୟ ଲୋକଙ୍କୁ ସମନ କରାଯିବ   

ସେପଟେ ଭରତପୁର ଥାନା ଘଟଣାକୁ ଏକମାସରୁ ଊର୍ଦ୍ଧ୍ବ ସମୟ ବିତିବାକୁ ବସିଥିଲେ ମଧ୍ୟ ଏଯାଏଁ କ୍ରାଇମବ୍ରାଞ୍ଚର ହାତ ଖାଲି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭରତପୁର ଥାନାର ପୁର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଗୁଜରାଟ ଗାନ୍ଧୀନଗର ନେଇ ତାଙ୍କର ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଇଛି। ଦୀନକୃଷ୍ଣଙ୍କ ସମେତ ଘଟଣା ଦିନ ଥାନାରେ ଉପସ୍ଥିତ ଥିବା ଆଉ ଦୁଇଜଣ ଏସ.ଆଇ ଓ ଦୁଇ ଜଣ ଏ.ଏସ.ଆଇଙ୍କ ପଲିଗ୍ରାଫ ଟେଷ୍ଟ ମଧ୍ୟ ସରିଛି। ହେଲେ ଏପର୍ଯ୍ୟନ୍ତ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇପାରିନାହିଁ। ଯେଉଁ କାରଣରୁ ଅଧାରୁ ଅଟକିଛି କ୍ରାଇମବ୍ରାଞ୍ଚ ତଦନ୍ତ। 

  • କେବେ ଶେଷ ହେବ କ୍ରାଇମବ୍ରାଞ୍ଚ ତଦନ୍ତ?
  • କେବେ ଗୁଜରାଟରୁ ଆସିବ ଟେଷ୍ଟ ରିପୋର୍ଟ?
  • ଭରତପୁର ଥାନା ଘଟଣା ରହସ୍ୟରୁ କେବେ ହଟିବ ପରଦା?

ଗୋଟିଏ ପଟେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଚାଲୁଥିବା ବେଳେ ଅନ୍ୟପଟେ କ୍ରାଇମବ୍ରାଞ୍ଚ ନିଜର ତଦନ୍ତ କରୁଛି। ଏହାରି ଭିତରେ ଏ ଘଟଣାର ପ୍ରକୃତ ସତ ସାମନାକୁ ଆସିବ ନା କେବଳ ତଦନ୍ତରେ ସିମିତ ରହିଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି...