ରାଉରକେଲାରେ କେବେ ହେବ କମିଶନରେଟ୍ ପୋଲିସ୍ ବ୍ୟବସ୍ଥା । କମିଶନରେଟ ବ୍ୟବସ୍ଥା କରିବାକୁ ରୋଡ଼ମ୍ୟାପ ପ୍ରସ୍ତୁତ ସରିଛି ।

Advertisment

ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ କମିଶନରେଟ ପୋଲିସ ଲାଗୁ ପାଇଁ ସାଧାରଣରେ ଦାବି ।

ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ କମିଶନରେଟ ପୋଲିସ ଲାଗୁ ପାଇଁ ସାଧାରଣରେ ଦାବି ।

କେବେ କାର୍ଯ୍ୟକ୍ଷମ ହେବ କମିଶନରେଟ୍‌?

କେବେ କାର୍ଯ୍ୟକ୍ଷମ ହେବ କମିଶନରେଟ୍‌? Photograph: (kanakNews)

କନକ ବ୍ୟୁରୋ :  ଦୈତ ନଗରୀ କଟକ - ଭୁବନେଶ୍ୱର ରେ ପୋଲିସ କମିଶନରେଟ ଘୋଷଣା ପରେ ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସହରରର ଗୁରୁତ୍ୱ ଦୃଷ୍ଟିକୋଣରୁ କମିଶନରେଟ ପୋଲିସ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନେଇଥିଲେ ସରକାର l ଏନେଇ ୨୦୧୩ରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାରୀ ନିଷ୍ପତ୍ତି ହୋଇଥିଲା l କମିଶନରେଟ ପୋଲିସ ବ୍ୟବସ୍ଥା ହେଲେ, ଆଇନଶୃଂଖଳା ବ୍ୟବସ୍ଥାରେ ଉନ୍ନତି ହୋଇପାରିବ। 

କେବେ କମିଶନରେଟ ପୋଲିସ ବ୍ୟବସ୍ଥାର ସୁଫଳ ପାଇ ପାରିବେ ଇସ୍ପାତ ନଗରବାସୀ l କେବେ ମଜବୁତ ହେବ ପୋଲିସ ? କେଉଁଠି ଅଟକି ରହିଛି ଫାଇଲ? କାହିଁକି ରାଉରକେଲାରେ କମିଶନରେଟ ପୋଲିସ ବ୍ୟବସ୍ଥାକୁ ନେଇ ପଦ୍ମ ଘୁଂଚି ଘୁଂଚି ଯାଉଛି l ଦୈତ ନଗରୀ କଟକ - ଭୁବନେଶ୍ୱର ରେ ପୋଲିସ କମିଶନରେଟ ଘୋଷଣା ପରେ ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ମହାନଗରରେ କାହିଁକି ଲାଗୁ ହୋଇପାରୁନି ପୋଲିସ କମିଶନରେଟ ବ୍ୟବସ୍ଥା l ସମସ୍ତ ପ୍ରକାର ଆବଶ୍ୟକୀୟ ଭିତ୍ତିଭୂମି ଥାଇ କାହିଁକି ରାଉରକେଲାରେ ଲାଗୁ ହେଉନି କମିଶନରେଟ ପୋଲିସ ବ୍ୟବସ୍ଥା ଉଠିଛି ପ୍ରଶ୍ନ। ଏପଟେ ଏନେଇ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିରୋଧୀ।

ରାଉରକେଲା ମହାନଗର ନିଗମ ବା କର୍ପୋରେସନ ଘୋଷଣା ପରେ ପୋଲିସ କମିଶନରେଟ ବ୍ୟବସ୍ଥା ପାଇଁ ଲାଗୁ କରିବା ପାଇଁ ଉପର ସ୍ତରରେ ଜୋରଦାମ ଉଦ୍ୟମ ହୋଇଥିଲା l ରାଜ୍ୟର ସବୁ ମୁନିସପାଲ କର୍ପୋରେସନରେ କମିଶନରେଟ ପୋଲିସ ଲାଗୁ କରିବାକୁ ଯୋଜନା ହୋଇଥିଲା l ରାଉରକେଲାକୁ ମହାନଗର ନିଗମ ଘୋଷଣା ପରେ ରାଉରକେଲା ପୋଲିସ ବିଭାଗର କିଛି ଅଂଶ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଂଶକୁ ନେଇ କମିଶନରେଟ ବ୍ୟବସ୍ଥା କରିବାକୁ ରୋଡ଼ମ୍ୟାପ ପ୍ରସ୍ତୁତ ମଧ୍ୟ ହୋଇଥିଲା l ତେବେ କାହିଁକି ଓ କେବେ ରାଉରକେଲାରେ ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ ହେବେ ସେନେଇ ବିରୋଧୀ ପ୍ରଶ୍ନ କରିଥିବା ବେଳେ ଏଦିଗରେ ସରକାର  ଚିନ୍ତା କରୁଥିବା କହିଛି ବିଜେପି । ଦିନକୁ ଦିନ ରାଉରକେଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ କମିଶନରେଟ ପୋଲିସ ଲାଗୁ କରିବାକୁ ସାଧାରଣରେ ଦାବି  ହୋଇଛି। 
   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe