କନକ ବ୍ୟୁରୋ: ଅଧାଭଙ୍ଗା ହୋଇପଡ଼ିରହିଛି ପିପିଲି ଠାରେ ଥିବା ଉତ୍ତରାୟଣୀ ଶୀତଳ ଭଣ୍ଡାର । ଆଖପାଖ ଜଙ୍ଗଲ ପାଲଟିଗଲାଣି । ୨୦୧୯ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଶୀତଳ ଭଣ୍ଡାରର ପୁନଃକାର୍ଯ୍ୟକ୍ଷମ କରାଯାଉନି । ୬ବର୍ଷ ହେଲାଣି ଭଙ୍ଗାଦଦରା ଅବସ୍ଥାରେ ପଡ଼ିଛି । ୨୦୨୩ରେ ପୁନରୁଦ୍ଧାର କାର୍ଯ୍ୟ ପିପିପି ମୋଡ୍‌ରେ କରିବାକୁ ଟେଣ୍ଡର ଆହ୍ବାନ କରାଯାଇଥିଲା । ହେଲେ ଅଦ୍ୟାବଧି ତାହା ଫଳପ୍ରଦ ହୋଇପାରିନାହିଁ । 

Advertisment

ପୁରୀ ଜିଲ୍ଲାରେ ଆଳୁ ସଂରକ୍ଷଣ ପାଇଁ ଚାଷୀଙ୍କ ଆର୍ଥିକ ଭାଗିଦାରୀରେ ସାତଶଙ୍ଖଠାରେ ନିର୍ମାଣ ହୋଇଥିଲା ମା’ ଉତ୍ତରାୟଣୀ ଶୀତଳ ଭଣ୍ଡାର । ଏହାଦ୍ବାରା ଜିଲ୍ଲାର ପ୍ରାୟ ୧୦ଟି ବ୍ଲକର ଚାଷୀ ଉପକୃତ ହୋଇ ପାରନ୍ତେ । ହେଲେ ଫନିରେ ଶୀତଳ ଭଣ୍ଡାରରେ ଥିବା ସମସ୍ତ ଯନ୍ତ୍ରାଂଶ ନଷ୍ଟ ହେବା ସହ ଘର ଭାଙ୍ଗି ଯାଇଛି । ଫଳରେ ଚାଷୀଙ୍କ ଉତ୍ପାଦକୁ ସାଇତି ରଖିବା ସମ୍ଭବ ହେଉନାହିଁ । ୧.୫୮ ଏକର ପରିମିତ ଏହି ଶୀତଳଭଣ୍ଡାରରେ ୪୦ ହଜାର ଆଳୁ ପ୍ୟାକେଟ୍ ରହିବା କ୍ଷମତା ରହିଛି  । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ ପାଇଁ ଦାବି କରାଯାଇଛି ।