କନକ ବ୍ୟୁରୋ : ନୂଆପଡାରେ ରାଜନୀତି ଉଷ୍ମ ହେଲାଣି । ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଲାଣି ନୂଆପଡ଼ା ଅଂଚଳ । ବିଜେପିର ବୈଠକ ବି ଶେଷ ହୋଇଛି । ହେଲେ ପ୍ରାର୍ଥୀଙ୍କୁ ନେଇ ଏଯାଏଁ ନିଜର କାର୍ଡ ଖୋଲିନି ବିଜେପି । ବିଜେଡି ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ସଂକେତ ଦେଇଥିଲେ ବି ବିଧିବଦ୍ଧ ଘୋଷଣା କରିନି । ଏହାରି ଭିତରେ ଦଳ ମୁଖିଆ ନବୀନ ପଟ୍ଟନାୟକ ଓଡ଼ିଶାକୁ ଫେରିଛନ୍ତି । କିନ୍ତୁ ଶଙ୍ଖ ଚିହ୍ନ ବିନା ବିଭିନ୍ନ କାର୍ଯ୍ୟକ୍ରମରେ ଜୟ ବୁଲିବା ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଅନ୍ୟପଟେ ଆଦିବାସୀ ବହୁଳ ନୂଆପଡା ଆସନରେ ବିଜେପି, ବସନ୍ତ ପଣ୍ଡା, ଅଭିନନ୍ଦନ ପଣ୍ଡା, ଯଦୁମଣି ପାଣିଗ୍ରାହୀ ନା ସରପ୍ରାଇଜ ଚେହେରା? ଦେବ ତା ଉପରେ ରହିଛି ସମସ୍ତଙ୍କ ନଜର ।
ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ଆଗୁଆ ରହିଥିବାବେଳେ ସଂଗଠନ ସଜାଡିବାକୁ ପାଗଭିଡିଲେଣି ନେତା । ପ୍ରଚାର ଅଭିଯାନକୁ ଜୋରଦାର କରିବା ସହ ଅନ୍ୟ ଦଳର ନେତାଙ୍କୁ ମିଶାଇ କଂଗ୍ରେସ ବିଜୟ ପାଇଁ ନକ୍ସା ଆଙ୍କୁଛନ୍ତି । ନିଜେ ପିସିସି ସଭାପତି ନୂଆପଡାରେ କ୍ୟାମ୍ପ ପକାଇ ପ୍ରଚାରର ମଙ୍ଗ ଧରିଛନ୍ତି । ୩ ଦଳର ରଣନୀତି ଭିତରେ ନୂଆପଡା ଦଖଲ କିଏ କରିବ ତାହା ଉପରେ ନଜର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/10/34-2025-10-10-19-29-35.jpg)