କନକବ୍ୟୁରୋ : କଟକ ବାରବାଟୀ ଷ୍ଟାଡିୟମ୍ ନିକଟରେ ନିର୍ମିତ ଅତ୍ୟାଧୁନିକ ଫୁଡକୋର୍ଟ ଆଜି ଯାଏଁ ଉଦଘାଟନ ହୋଇ ପାରିଲା ନାହିଁ । ଫୁଡ୍ କୋର୍ଟରେ ଦୋକାନ ଘର ଆବଣ୍ଟନ ପାଇଁ ହିତାଧିକାରୀ ଚୟନକୁ ନେଇ ଦ୍ବନ୍ଦ୍ବ ଦେଖାଦେବା ଯୋଗୁ ଉଦଘାଟନ ଅଟକି ରହିଛି ।
ତେବେ ମେୟର କହିଛନ୍ତି, ଖୁବଶୀଘ୍ର ଉଦଘାଟନ ହେବ।... କଟକ ମହାନଗର ନିଗମ ଦ୍ବାରା ବାରବାଟୀ ଷ୍ଟାଡିୟମ୍ ନିକଟରେ ନିର୍ମିତ ସହରର ପ୍ରଥମ ଅତ୍ୟାଧୁନିକ ଫୁଡ୍ କୋର୍ଟ ବର୍ଷେ ହେଲା ଉଦ୍ଘାଟନ ଅପେକ୍ଷାରେ ଅଛି । କେତେଥର ଉଦ୍ଘାଟନ ଯୋଜନା ହେଉଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବାତିଲ୍ କରାଯାଉଛି। ଫୁଡ୍ କୋର୍ଟରେ ଦୋକାନ ଘର ଆବଣ୍ଟନ ପାଇଁ ହିତାଧିକାରୀ ଚୟନ ଚୂଡ଼ାନ୍ତ ହୋଇପାରୁନାହିଁ ।
୬ କୋଟି ଟଙ୍କାରେ ନିର୍ମିତ ଏହି ଫୁଡ୍ କୋର୍ଟ କେବେ ଖୋଲିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ୨୦୨୩ରେ ସରକାରୀ ଅନୁବନ୍ଧିତ ଠିକାସଂସ୍ଥା ଇପିଆଇଏଲ୍ ଦ୍ବାରା ବାରବାଟୀ ଷ୍ଟାଡିୟମ୍ ସମ୍ମୁଖ ପଡ଼ିଆରେ ଫୁଡ୍ କୋର୍ଟ ନିର୍ମାଣ ହୋଇଥିଲା। ଏଥିରେ ୪୦ଟି ଦୋକାନ ଓ ଆକର୍ଷଣୀୟ ପରିବେଶ ରହିଛି । ସନ୍ଧ୍ୟାରେ ଏଠାରେ ଭିଡ଼ ଜମେ। ଲୋକ ଦହିବରା ଆଳୁଦମ୍ ଓ ଫାଷ୍ଟଫୁଡ୍ ଖାଇଥାନ୍ତି। ଏଥିପାଇଁ ନିର୍ମିତ ଫୁଡ୍ କୋର୍ଟ ଉଦଘାଟନ ହେଲେ ଲୋକଙ୍କୁ ଆକର୍ଷିତ କରିବ। ତେବେ କିଛି କାମ ବାକି ଅଛି , ଖୁବଶୀଘ୍ର କାର୍ଯ୍ୟକ୍ଷମ ହୋବ ବୋଲି ମେୟର କହିଛନ୍ତି ।...