କନକ ବ୍ୟୁରୋ : ସୁନ୍ଦରଗଡ ଦେଇ ପ୍ରବାହିତ ଇବ୍ ନଦୀ ଉପରେ ଦୁଇଟି ପୋଲ ନିର୍ମାଣ ହେବ ଓ ସ୍ଥାନୀୟ ଲୋକଙ୍କ ଗମନା ଗମନ ନେଇଥିବା ଅସୁବିଧା ଦୂର ହେବ । ଏସବୁକୁ ଦୃଷ୍ଟିରେ ରଖି ୨୦୨୨ରେ ପୂର୍ବ ସରକାର ଇବ୍‌ ନଦୀରେ ୨ଟି ବ୍ୟାରେଜ୍ ନିର୍ମାଣ କରିବାକୁ ନିଷ୍ପତ୍ତି କରିଥିଲେ । ଗୋଟିଏ ସୁନ୍ଦରଗଡ଼ର କୋପସିଙ୍ଘାରେ ଓ ଅନ୍ୟଟି ସଦର ବ୍ଲକର କୁଡ଼ାବଗା ଠାରେ । ଜୁନ ୨୦୨୨ ରେ କାମ ବି ଆରମ୍ଭ ହେଲା, ହେଲେ ଅବଧି ସରିବା ପରେ ବି କାମ ସରୁନି । 

Advertisment

କୋପସିଙ୍ଘା ଠାରେ ୧୫୩ କୋଟି ବ୍ୟୟରେ ନିର୍ମିତ ବ୍ୟାରେଜର କ୍ୟାଚମେଣ୍ଟ ଏରିଆ ରହିଛି ୫୮୯୦ ବର୍ଗ କିଲୋମିଟର । କୁଡ଼ାବଗାରେ ୬୪୮୮ ବର୍ଗ କିଲୋମିଟର କ୍ୟାଚମେଣ୍ଟ ଏରିଆ ପାଇଁ ୧୬୨ କୋଟିର ବ୍ୟାରେଜ୍‌ ନିର୍ମିତ ହେଉଛି । ହେଲେ ଡିସେମ୍ବର ୨୦୨୪ରେ ସରିବାକୁ ଥିବା କାମ ଆଜି ଯାଏଁ ସରିପାରିଲାନାହିଁ । ସ୍ଥାନୀୟ ପ୍ରଶାସନ ଓ ତହସିଲଦାର ଜମି ଅଧିଗ୍ରହଣରେ ବିଳମ୍ବ କରିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା  ଜଳ ସମ୍ପଦ ବିଭାଗ ତରଫରୁ ଅଭିଯୋଗ ହୋଇଛି । ଅନ୍ୟପଟେ ଖୁବଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।