କନକ ବ୍ୟୁରୋ : ଜନ୍ମଦିନ ଅବସରରେ ରାଜ୍ୟର ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । ସୁଭଦ୍ରା ଯୋଜନାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ପ୍ରଥମ କିସ୍ତି ଭାବେ ୧୨ଶହ୫୦ କୋଟି ୫୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ପ୍ରଥମ କିସ୍ତି ଭାବେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ଯାଇଛି ପ୍ରଥମ କିସ୍ତିର ୫ହଜାର ଟଙ୍କା । ଓଡ଼ିଶାରେ ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିଛି ବିଜେପିର ଡବଲ ଇଞ୍ଜିନ୍ ସରକାର । 
ସେପଟେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଏପର୍ୟ୍ୟନ୍ତ ୭୪ଲକ୍ଷ ଆବେଦନ କରିଛନ୍ତି । ଅର୍ଥାତ ଏଯାଏଁ ୪୭ ଲକ୍ଷ ଆବେଦନକାରୀ ସୁଭଦ୍ରା ଟଙ୍କା ଅପେକ୍ଷାରେ ଅଛନ୍ତି । ପ୍ରଥମ ଦିନରେ ସେମାନଙ୍କ ଖାତାକୁ ଟଙ୍କା ଆସିନଥିବାରୁ ମିଳିବ କି ନାହିଁ ସେ ନେଇ ଦ୍ବନ୍ଦ୍ବରେ ରହିଛନ୍ତି । ତେବେ କୌଣସି ଆବେଦନକାରୀ ଦ୍ବନ୍ଦ୍ବରେ ନରହିବା ପାଇଁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସମସ୍ତ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

Advertisment

ସୁଭଦ୍ରା ଟଙ୍କା ଆସିନି କି? ବ୍ୟସ୍ତ ହୁଅନ୍ତୁ ନାହିଁ, ସବୁ ଆବେଦନକାରୀଙ୍କୁ ମିଳିବ ଟଙ୍କା 
- ପର୍ଯ୍ୟାୟକ୍ରମେ ସୁଭଦ୍ରା ଯୋଜନାର ଟଙ୍କା ମିଳିବ
- ମାର୍ଚ୍ଚ ୮ ପର୍ଯ୍ୟନ୍ତ ମହିଳାଙ୍କ ପାଖରେ ପହଁଚିବ ପ୍ରଥମ କିସ୍ତି 
- ସବୁ ଯୋଗ୍ୟ ଆବେଦନକାରୀ ପାଇବେ ଟଙ୍କା
- ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ଟପିପାରେ 
- ବର୍ତ୍ତମାନ ସୁଦ୍ଧା ଆବେଦନ କରିଛନ୍ତି ୭୪ଲକ୍ଷ ହିତାଧିକାରୀ
- ଆଜି ମିଳିଲା ୨୫ ଲକ୍ଷ ୧୧ଜଣ ହିତାଧିକାରୀଙ୍କୁ ଟଙ୍କା
- ଖାତାକୁ ଯାଇଛି ୧୨୫୦ କୋଟି ୫୫ ହଜାର ଟଙ୍କା