କେବେ ସୁଧୁରିବ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା? ଦୁର୍ବଳ ଭିତ୍ତିଭୂମି, ଶିକ୍ଷକ ମରୁଡ଼ି ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ସବୁଠି ଉତ୍କଟ ଶିକ୍ଷକ ମରୁଡ଼ି ଅବସ୍ଥା । ସେଥିରେ ପୁଣି ଦୁର୍ବଳ ଭିତ୍ତିଭୂମି । ଯାହା ପୁରା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଆପଣଙ୍କ ସାମନାରେ ଥିବା ଏହି ଚିତ୍ର ଏହାର କିଛି ଉହାହରଣ ।

23

Photograph: (kanak news)

କନକ ବ୍ୟୁରୋ: କେବେ ସୁଧୁରିବ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା । ଧୀରେଧୀରେ ଏହା ଏକ ପ୍ରକାର ବିପର୍ଯ୍ୟସ୍ତ ସ୍ଥିତିକୁ ଆସିଗଲାଣି । ପିଲା ଗୁଣାତ୍ମକ ଶିକ୍ଷା ଲାଭରୁ ବଞ୍ଚିତ ହେଉଛନ୍ତି । ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ସବୁଠି ଉତ୍କଟ ଶିକ୍ଷକ ମରୁଡ଼ି ଅବସ୍ଥା । ସେଥିରେ ପୁଣି ଦୁର୍ବଳ ଭିତ୍ତିଭୂମି । ଯାହା ପୁରା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଆପଣଙ୍କ ସାମନାରେ ଥିବା ଏହି ଚିତ୍ର ଏହାର କିଛି ଉହାହରଣ । ଖୋର୍ଦ୍ଧାରେ ୬ଟି ଶ୍ରେଣୀ ପାଇଁ ମାତ୍ର ୨ ଶିକ୍ଷକକୁ ୩ ଶ୍ରେଣୀଗୃହ । ସେ ବି ଭଙ୍ଗାଦଦରା । ଯୋଡ଼ାରେ ବି ସମାନ ଶିକ୍ଷକ ସାଙ୍ଗକୁ ଶ୍ରେଣୀଗୃହର ଅଭାବ । ଆଉ ଝାରସୁଗୁଡ଼ାରେ ବିଦ୍ୟାଳୟର ଉନ୍ନତୀକରଣ ଫଳକରେ ଅଟକିଯାଇଛି । ଏମିତି ଅନେକ ଚିତ୍ର ଅଛି । ପ୍ରତିଦିନ ଏନେଇ ଗଣମାଧ୍ୟମରେ ଖବର ବାଜୁଛି । ହେଲେ ଶିକ୍ଷା ବିଭାଗ ଚେତୁଛି ନା ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe