ଓଡ଼ିଶାରେ କେବେ ଗଠନ ହେବ ନାରୀ ଅଦାଲତ, ଦେଶରେ ୧୮ ରାଜ୍ୟରେ ପଞ୍ଚାୟତ ସ୍ତରରେ ମହିଳାଙ୍କୁ ମିଳୁଛି ନ୍ୟାୟ

ଗୋଟିଏ ପଟେ ନାରୀ ନିର୍ୟାତନା ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧୀ ପ୍ରଶ୍ନ କରୁଛନ୍ତି। ନାରୀ ଅଦାଲତ ପ୍ରସଙ୍ଗ ରେ କେନ୍ଦ୍ରକୁ ପ୍ରସ୍ତାବ ଦିଆନଯିବା ଘଟଣାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି । ଏପଟେ ବିଜେପି କହିଛି ଉଚିତ୍ ସମୟରେ ନିଷ୍ପତ୍ତି ନିଆଯିବ ।

53

କନକ ବ୍ୟୁରୋ :  ରାଜ୍ୟରେ ପ୍ରତ୍ୟେକ ଦିନ ବଢୁଛି ମହିଳା ଅପରାଧ । ପଞ୍ଚାୟତ ଠୁ ନେଇ ସ୍ମାର୍ଟ ସିଟି ଯାଏଁ ମହିଳା ନିର୍ୟାତନା ବଢ଼ି ଚାଲିଛି । କିନ୍ତୁ ମହିଳା ଅପରାଧ ନେଇ ପଦକ୍ଷେପ ନେଉନାହାନ୍ତି ରାଜ୍ୟ ସରକାର। ପଞ୍ଚଦଶ ଅର୍ଥ କମିଶନଙ୍କ ଆଧାରରେ ' ନାରୀ ଅଦାଲତ ' ନିମନ୍ତେ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର । ମିଶନ ଶକ୍ତି ଅଧୀନରେ ପଞ୍ଚାୟତ ସ୍ଥରରେ ନାରୀ ମାନଙ୍କ ସମସ୍ୟାର ସମାଧାନ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ  ଆସାମ ଏବଂ ଜମ୍ମୁ କାଶ୍ମୀରରେ ୫୦ ଟି ପଞ୍ଚାୟତରେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବରେ ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ବିହାର, ଉତ୍ତର ପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ ଭଳି ୧୬ ଟି ରାଜ୍ୟର ୧୦ ଟି ପଞ୍ଚାୟତ ଏବଂ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡମାନ ନିକୋବର ଏବଂ ଦାଦ୍ରା ନଗର ହାବେଲିର ୫ଟି ପଞ୍ଚାୟତରେ ଏହାକୁ ଲାଗୁ କରାଯାଇଥିଲା। କିନ୍ତୁ ଏଯାବତ ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରସ୍ତାବ କେନ୍ଦ୍ରକୁ ଯାଇନଥିବା ଦର୍ଶାଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ଲୋକସଭା ରେ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଏକ ଅଣତାରକା ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ମହିଳା ଓ ଶିଶୁବିକାଶ ରାଷ୍ଟ୍ରମନ୍ତ୍ରୀ।

ଗୋଟିଏ ପଟେ ନାରୀ ନିର୍ୟାତନା ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧୀ ପ୍ରଶ୍ନ କରୁଛନ୍ତି। ନାରୀ ଅଦାଲତ ପ୍ରସଙ୍ଗ ରେ କେନ୍ଦ୍ରକୁ ପ୍ରସ୍ତାବ ଦିଆନଯିବା ଘଟଣାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି । ଏପଟେ ବିଜେପି କହିଛି ଉଚିତ୍ ସମୟରେ ନିଷ୍ପତ୍ତି ନିଆଯିବ ।

ନାରୀ ଅଦାଲତ ଯୋଜନା ପାଇଁ ଆବଶ୍ୟକୀୟ ସମସ୍ତ ଖର୍ଚ୍ଚ ଏବଂ ୟୁନିଫର୍ମ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁବିକାଶ ଶ ମନ୍ତ୍ରାଳୟ ବୁଝିବା ନେଇ ପୂର୍ବରୁ ଘୋଷଣା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe