କେବେ କମିବ ଦାଦନ ଦୁଃଖ, ପରିବାର ପ୍ରତିପୋଷଣ ପାଇଁ ୧ ମାସ ତଳେ ଆନ୍ଧ୍ର ଯାଇଥିବା ରାୟଗଡ଼ାର ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ

ମୃତ ନାବାଳକ ଶ୍ରମିକ ହେଲେ ୧୭ ବର୍ଷୀୟ ଚିଣ୍ଟୁ ମାଣ୍ଡାଙ୍ଗି । ମାସେ ତଳେ ଆନ୍ଧ୍ରପ୍ରଦେଶ ଯାଇଥିଲେ ଦାଦନ ଖଟିବାକୁ । ଦେହ ଅସୁସ୍ଥ ହେବାରୁ ଗତକାଲି ଘରକୁ ଆସି ଚିକିତ୍ସା ପାଇଁ ଜେମାଦେଇପେଣ୍ଠ ଡାକ୍ତରଖାନା ଯାଉଥିଲେ ।

2

କନକ ବ୍ୟୁରୋ : ରାୟଗଡାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ମୃତ ନାବାଳକ ଶ୍ରମିକ ହେଲେ ୧୭ ବର୍ଷୀୟ ଚିଣ୍ଟୁ ମାଣ୍ଡାଙ୍ଗି । ମାସେ ତଳେ ଆନ୍ଧ୍ରପ୍ରଦେଶ ଯାଇଥିଲେ ଦାଦନ ଖଟିବାକୁ । ଦେହ ଅସୁସ୍ଥ ହେବାରୁ ଗତକାଲି ଘରକୁ ଆସି ଚିକିତ୍ସା ପାଇଁ ଜେମାଦେଇପେଣ୍ଠ ଡାକ୍ତରଖାନା ଯାଉଥିଲେ । ଅଧା ରାସ୍ତାରେ ମୃତ୍ୟୁ ହୋଇଛି । ଚିଣ୍ଟୁ ମାଣ୍ଡାଙ୍ଗି ନିଜ ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ର ପ୍ରଦେଶ ଯାଇଥିଲେ । ସେଠାରେ ଜ୍ୱର ହବାରୁ ଗତକାଲି ନିଜ ଘରକୁ ଫେରିଥିଲେ । ଘରେ ବାପାଙ୍କ ସହିତ ଦୁଇଜଣ ସାନ ଭଉଣୀ ଅଛନ୍ତି । ମାଆ ଛାଡି ଗଲାପରେ ଘର ଚଳିବା କଷ୍ଟକର ହୋଇପଡିବାରୁ ଦୁଇ ସାନ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ନିଜେ ପାଠ ଛାଡି ବାହାରକୁ କାମ ପାଇଁ ବାହାରିଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe