କନକ ବ୍ୟୁରୋ:  ଦୀଘାରେ ଜଗନ୍ନାଥ ଧାନ ଲେଖାଯିବା ପ୍ରସଙ୍ଗରେ ବିଜେପି ନେତା ଅମିତ ମାଲ୍ୟବଙ୍କ ଏକ୍ସପୋଷ୍ଟ ଦ୍ୱନ୍ଦ୍ବ ବଢାଇଦେଇଛି । ଅମିତ ମାଲ୍ୟବ ଏକ ପୋଷ୍ଟ କରି ଜଗନ୍ନାଥ ଧାମ ହଟିଲା ବୋଲି ଲେଖିଥିଲେ। କିନ୍ତୁ ପରେ ଜଣାପଡିଛି  ମନ୍ଦିର ବାହାରେ ଥିବା ଜଗନ୍ନାଥଧାମ ନାଁ ହଟିଛି କିନ୍ତୁ ଭିତର ଜଗନ୍ନାଥ ଧାମ ନାଁ ଯେମିତିକୁ ସେମିତି ରହିଛି । 
 
ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଭିତରେ ପ୍ରତିକ୍ରିୟା ରଖି ମମତା ବାନାର୍ଜୀ କହିଛନ୍ତି, ଜଗନ୍ନାଥ ମନ୍ଦିର କେଉଁଠି ବି ନିର୍ମାଣ କରାଯାଇ ପାରିବ। ଯଦି ଶିବଙ୍କ ମନ୍ଦିର, ମାଆ କାଳୀଙ୍କ ମନ୍ଦିର ସବୁଠି ହୋଇପାରୁଛି, ଜଗନ୍ନାଥଙ୍କ ମନ୍ଦିର ସବୁଠି କାହିଁକି ହୋଇ ପାରିବ ନାହିଁ? ବିଜେପି ସରକାର ଆମ ଉପରେ ରାଗ ରଖୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ଯାହାକୁ କାଉଣ୍ଟର କରିଛନ୍ତି ପଶ୍ଚିମବଂଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ମମତାଙ୍କୁ ହିନ୍ଦୁ ବିରୋଧୀ କହି କଟାକ୍ଷ କରିଛନ୍ତି।   
 
ସେପଟେ ରବିବାରର ମାରାଥନ ବୈଠକ ପରେ ଆଇନମନ୍ତ୍ରୀଙ୍କୁ ବିବାଦ ସମ୍ପର୍କରେ ଅବଗତ କରାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇନମନ୍ତ୍ରୀ କହିଛନ୍ତି, ଜଗନ୍ନାଥ ଧାମ କାଟିବାକୁ ଆଇନର ଆଶ୍ରୟ ନେବୁ । ନ ମାନିଲେ ଆଇନର ଆଶ୍ରୟ ନିଆଯିବ । ସବୁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ମାର୍ଗଦର୍ଶିକା ଜାରି କରିବ ଓ ସେବାୟତଙ୍କୁ ବି ମାର୍ଗଦର୍ଶିକା ଜାରି ହେବ ।
 
 ଦୀଘାରେ ଜଗନ୍ନାଥ ମନ୍ଦିର ତିଆରି ହେବା ପରେ ଓଡ଼ିଶା ବିରୋଧରେ ପଶ୍ଚିମବଙ୍ଗରେ ଚାଲିଛି ବଡ ଷଡଯନ୍ତ୍ର। ପୁରୀକୁ ବୟକଟ୍ କରିବା ପାଇଁ ପଶ୍ଚିମବଙ୍ଗର କିଛି ଲୋକ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଏହାକୁ ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଏହି ନାରାକୁ କେହି ମାନିବେ ନାହିଁ । 
 
ଦୀଘା ମନ୍ଦିରକୁ ନେଇ ବିବାଦ ବଢିବା ପରେ ପୁରୀ ଗଜପତି ଦିବ୍ୟସିଂହ ଦେବ ଏକ ପ୍ରେସ ରିଲିଜ ଜାରି କରିଛନ୍ତି । ଦୀଘା ମନ୍ଦିର ଜଗନ୍ନାଥ ଧାମ ନୁହେଁ ବବଂ ପୁରୀ ହିଁ ଜଗନ୍ନାଥ ଧାମ । ଅନ୍ୟ କୌଣସି ସ୍ଥାନକୁ ଧାମ ନାଁରେ ନାମିତ କରାଯାଇପାରିବ ନାହିଁ । ଦୀଘାକୁ ବି ଧାମ ନାଁରେ ନାମିତ କରାଯାଇପାରିବ ନାହିଁ ।
ଦୀଘାରୁ କେବେ ହଟିବ 'ଜଗନ୍ନାଥ ଧାମ'? ଧୋକା ଖାଇଗଲେ ବିଜେପି ନେତା ଅମିତ ମାଲ୍ୟବ
ବିରୋଧ ପରେ ମୁହଁ ଖୋଲିଲେ ମମତା । ବିଜେପିକୁ କାଠଗଡ଼ାକୁ ଟାଣିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।
/kanak/media/media_files/2025/05/05/33Q0kSuMlFveLwJpzw3O.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)