କନକବ୍ୟୁରୋ : ଦୀପାବଳି କେଉଁ ଦିନ ପାଳିବ । ଏହାକୁ ନେଇ ପାଞ୍ଜିରେ ଥିବା ଦ୍ୱନ୍ଦ୍ବକୁ ଦୂର କରିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭା  ।  ୨୧ ନୁହେଁ ୨୦ ତାରିଖରେ  ଦୀପଦାନ  ଓ ପୟାଶ୍ରାଦ୍ଧ ହେବ ବୋଲି ସ୍ପଷ୍ଟ କରିଛି  ମକ୍ତିମଣ୍ଡପ  ।   କେଉଁ ଦିନ ପାଳିବେ ଦୀପାବଳି ଓ ପୟାଶ୍ରାଦ୍ଧ ?  କିଛି ପଞ୍ଜିକାରେ ଦୀପାବଳି ୨୦ ତାରିଖ ରହିଥିବା ବେଳେ ଆଉ କିଛି ପଞ୍ଜିକାରେ ୨୧ତାରିଖ ରହିଛି ।

Advertisment

ଏହାକୁ ନେଇ ଥିବା ଦ୍ବନ୍ଦ୍ବକୁ ଦୂର କରିଛି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ମହାସଭା । ୨୧ ତାରିଖ ନୁହେଁ ବରଂ ୨୦ ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ ହେବ ବୋଲି ସ୍ପଷ୍ଟ କରିଛି ମୁକ୍ତିମଣ୍ଡପ ପଣ୍ଡିତ ସଭା  । ମୁକ୍ତିମଣ୍ଡପ ସଭାର କହିବା ଅନୁସାରେ, ୨୦ ତାରିଖ ଦିନ ୩ଟା ୨୩ଠାରୁ ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହିଛି
ଶାସ୍ତ୍ର ଅନୁସାରେ  ଅମାବାସ୍ୟା ଦଣ୍ଡଟିଏ ଅର୍ଥାତ ୨୪ ମିନିଟ ନଥିବ ତେବେ ସେଦିନ ପାଳନୀୟ ନୁହେଁ ସୂର୍ଯ୍ୟାସ୍ତ ଅନୁସାରେ ଦଣ୍ଡ ଗଣତି ହୋଇଥାଏ  , ୨୧ ତାରିଖରେ ଅମାବାସ୍ୟା ମାତ୍ର ୧୪ ମିନିଟ ରହିଛି , ତେଣୁ ୨୦ ତାରିଖରେ ହିଁ ଦୀପଦାନ ଶ୍ରାଦ୍ଧ ହେବ ।  ୨୧ ତାରିଖ ବଦଳରେ ୨୦ ତାରିଖରେ ସରକାରୀ ଛୁଟି କରିବାକୁ ମୁକ୍ତିମଣ୍ଡପ ସଭା ଦାବି କରିଛି 

ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ମୁକ୍ତିମଣ୍ଡପ ସ୍ବୀକୃତ ପଞ୍ଜିକାରେ ଥିବା ତାରିଖକୁ ନେଇ ଆପତ୍ତି ଉଠାଇଛନ୍ତି ।  ଏ କ୍ଷେତ୍ରରେ ମୁକ୍ତିମଣ୍ଡପ ସଭା ବିଭ୍ରାନ୍ତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । 
୨୦ ତାରିଖ ୩ଟା ୪୫ରୁ  ପରଦିନ ସନ୍ଧ୍ୟା ୫ଟା ୫୫ ଯାଏଁ ଅମାବାସ୍ୟା ତିଥି ରହିଛି , ୨୧ ତାରିଖରେ  ଦୁଇଦଣ୍ଡ ପାଖାପଖି ଅମାବାସ୍ୟା ତିଥି ରହିଛି , ୨୦ତାରିଖରେ ଦିନ ଯାକ ଚତୁର୍ଦ୍ଦଶୀ ରହୁଥିବାରୁ ସେ ଦିନ କିଭଳି ଶ୍ରାଦ୍ଧ ହେବ ? ବୋଲି  ପ୍ରଶ୍ନ କରିଛନ୍ତି ହରିଶଙ୍କର ।  ଦୀପାବଳି ପାଳନ ନେଇ ମୁକ୍ତମଣ୍ଡପ ସଭା ଦିନ ସ୍ପଷ୍ଟ କରିବା ପରେ ଦ୍ବନ୍ଦ୍ବ ଦୂର ହେବ ବୋଲି ଆଶା କରାଯାଉଛି  ।