କନକ ବ୍ୟୁରୋ: କାଳବୈଶାଖୀ ସତ୍ତ୍ବେ ଚଳିତବର୍ଷ ଭଲ ମୁଗ ଅମଳ ହୋଇଛି । କେନ୍ଦ୍ରାପଡାରେ ଶହଶହ କ୍ବିଣ୍ଟାଲ ମୁଗ ଅମଳ କରିଛନ୍ତି ଚାଷୀ । ହେଲେ ଚାଷୀ କରିବେ କ’ଣ ? ସରକାରୀ ମଣ୍ଡି ଖୋଲୁନି । ଖୋଲିଲେ ବି କଟନି ଛଟନି ଆଶଙ୍କା ରହୁଛି । ସେପଟେ ମୁଗକୁ ଅଧିକ ଦିନ ଘରେ ରଖିଲେ ପୋକ ଲାଗି ନଷ୍ଟ ହୋଇଯିବାର ମଧ୍ୟ ଆଶଙ୍କା ରହିଛି । ଏତେ ସମସ୍ୟାରେ ପଡ଼ିବା ଅପେକ୍ଷା, ଚାଷୀ ବାଧ୍ୟ ହୋଇ ପ୍ରମୁଖ ଡାଲି ଜାତୀୟ ଶସ୍ୟ ମୁଗକୁ ବେପାରୀଙ୍କୁ କମ୍ ଦରରେ ବିକୁଛନ୍ତି । ସରକାରୀ ମୂଲ୍ୟଠାରୁ ୩୦ ପ୍ରତିଶତ କମ୍ ମୂଲ୍ୟରେ ମୁଗ ବିକ୍ରି ହେଉଛି ।
କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର, ମହାକାଳପଡ଼ା, ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରାପଡ଼ା ବ୍ଲକରେ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷ ପ୍ରତିବର୍ଷ ଅଧିକ ମୁଗ ଅମଳ ହେଇଛି। ମୁଗର ସରକାରୀ ମୂଲ୍ୟ କିଲୋ ପ୍ରତି ୮୫ ଟଙ୍କା ୪୭ ପଇସା ଧାର୍ଯ୍ୟ କରାଯାଇଛି। କିନ୍ତୁ ମଣ୍ଡି ଖୋଲି ନଥିବାରୁ ଅଭାବରେ ପଡ଼ି ଚାଷୀ ବ୍ୟବସାୟୀଙ୍କୁ ୫୫ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି । କିଲୋ ପିଛା ୩୦ଟଙ୍କା କ୍ଷତି ସହୁଛନ୍ତି । ଏହି ହିସାବରେ କ୍ବିଣ୍ଟାଲ କ୍ବିଣ୍ଟାଲ ମୁଗ ବିକି ଚାଷୀ ହଜାର ହଜାର ଟଙ୍କା କ୍ଷତି ସହୁଛନ୍ତି । ମୁଗ ଭଳି ଅର୍ଥକରୀ ଫସଲ ଚାଷ ପାଇଁ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ବିକିବା ପାଇଁ ମଣ୍ଡି ଖୋଲୁ ନଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/25/4kOuxxJnw8AOEMIeoLKk.jpg)