କନକ ବ୍ୟୁରୋ : ଅନୁପମା ସ୍ୱାଇଁ,  ଏସିଆନ ଚାମ୍ପିଆନସିପରେ ପଦକ ବିଜେତା । ଖାଲି ଏତିକି ନୁହେଁ ଏକାଧିକ କ୍ରୀଡାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । କରାଟେରେ ସଫଳତା ପରେ ରାଜ୍ୟ ସରକାର ତାଙ୍କୁ ଓଡିଶା ପୋଲିସରେ କନେଷ୍ଟବଳ ଭାବେ ନିଯୁକ୍ତ ହୋଇଥିଲେ । ପରବର୍ତୀ ସମୟରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ତାଙ୍କ ପଦୋନ୍ନତି କଥା ପୂର୍ବ ସରକାର ଭୁଲି ଯାଇଥିଲେ । ଏବେ ନୂଆ ସରକାର ତାଙ୍କ କଥା ଚିନ୍ତା କରିବେ ବୋଲି ଆଶା ରଖିଛନ୍ତି ଅନୁପମା । 

Advertisment

ଅନୁପମାଙ୍କ ଘର କେନ୍ଦୁଝର ଜିଲ୍ଲାରେ । ବାପା ଓ ତିନି ଭାଇ ଭଉଣୀ ଚାଷ କରି ପରିବାର ଚଳାନ୍ତି । ପରିବାରକୁ ସାହାଯ୍ୟ କରିବା ଉଦେଶ୍ୟରେ ବିଉଟିସିଆନ୍ କୋର୍ସ ପାଇଁ ଆସିଥିଲେ ଭୁବନେଶ୍ୱର । ହେଲେ ଭୁବନେଶ୍ବରରେ ଆତ୍ମରକ୍ଷା କୋର୍ସ କରିବା ସମୟରେ, ତାଙ୍କ ପ୍ରତିଭା ଚିହ୍ନି କୋଚ୍‌ ତାଙ୍କୁ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରିଥିଲେ । ପରେ ସେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଅନୁପମାଙ୍କ ଅଭିଯୋଗ ସମାନ ସଫଳତା ପାଇଥିବା ଖେଳାଳିଙ୍କୁ ଗ୍ରୁପ-ଏର ଚାକିରୀ ମିଳିଛି । ହେଲେ ତାଙ୍କୁ କାହିଁକି ଅଣଦେଖା କରାଯାଉଛି । 

ଜଣେ ସଫଳ କ୍ରୀଡ଼ାବିତଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଓ ପ୍ରେରଣା ଦରକାର । ଅନୁପମାଙ୍କ ଭଳି ଜଣେ ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ଯଦି ସରକାର ଗୁରୁତ୍ବ ଦିଅନ୍ତି  ଆଗକୁ ଯାଇ ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିପାରନ୍ତେ ।