କନକ  ବ୍ୟୁରୋ : ସରକାରୀ ସ୍ତରରେ ପିଲାଙ୍କ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ହେଲେ ଏହା ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତା’ ଉପରେ କାହାର ନିଜର ନାହିଁ । ବର୍ଷ ବର୍ଷ ଧରି କର୍ମୀ ଚୟନକୁ ନେଇ ଅଙ୍ଗନବାଡ଼ି ବନ୍ଦ କରିଛନ୍ତି ଗ୍ରାମବାସୀ । ଆଉ ଏହାକୁ ଖୋଲିବା ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ ।

Advertisment

କଣାସ ବ୍ଲକ ତରପଡ଼ା ଅଙ୍ଗନବାଡ଼ି କର୍ମୀ ଚୟନ ବିବାଦକୁ ନେଇ କେନ୍ଦ୍ରରେ ଝୁଲୁଛି ତାଲା । ଅଙ୍ଗନବାଡ଼ି କର୍ମୀ ଭାବେ ଯାହାଙ୍କୁ ନିଯୁକ୍ତି ମିଳିଛି ସେ ପିଲାଙ୍କୁ ପଢ଼ାଇପାରିବେ ନାହିଁ କହୁଛନ୍ତି ଗ୍ରାମବାସୀ । ଗାଁର ଉଚ୍ଚ ଶିକ୍ଷିତ ମହିଳା ଓ ଝିଅ ପୁନଃ ଆବେଦନ କରି ତାଙ୍କ ଭିତରୁ କର୍ମୀ ବାଛିବା ନେଇ ଜିଦ୍‌ରେ ଅଟଳ ଅଛନ୍ତି ତରପଡ଼ାବାସୀ ।

ଗ୍ରାମବାସୀ ଓ ପ୍ରଶାସନର ଛକାପଞ୍ଝାରେ ବଳି ପଡ଼ିଛନ୍ତି କୁନିକୁନି ପିଲା । ପାଠପଢ଼ା ବଦଳରେ ଏଣେତେଣେ ବୁଲୁଛନ୍ତି । ଅଙ୍ଗନବାଡ଼ି କର୍ମୀ ଓ ସହଯୋଗୀ ବାହାରେ ବସିବସି ଫେରୁଛନ୍ତି । ସେପଟେ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଜଣଙ୍କୁ ନିଯୁକ୍ତି ଦେଇଥିବା ସଫେଇ ଦେଇଛନ୍ତି କଣାସ ସିଡିପିଓ ।

ଗୋଟିଏ ପଟେ କୋର୍ଟଙ୍କ ନିର୍ଦ୍ଦେଶ ଅନ୍ୟପଟେ ଗ୍ରାମବାସୀଙ୍କ ଜିଦ୍‌ । ପିଲାଙ୍କ ପଢ଼ାରେ ୧ବର୍ଷର ବିଳମ୍ବ । ଏସବୁକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସମାଧାନ ଆବଶ୍ୟକ ।