ଶ୍ରୀମନ୍ଦିର କାର୍ଯ୍ୟାଳୟରୁ କେବେ ବାହାରିବେ ୧୮ ଅବସରପ୍ରାପ୍ତ କର୍ମଚାରୀ ?

ଶ୍ରୀମନ୍ଦିର କାର୍ଯ୍ୟାଳୟରୁ କେବେ ବାହାରିବେ ୧୮ ଅବସରପ୍ରାପ୍ତ କର୍ମଚାରୀ ?କନକ ନ୍ୟୁଜରେ ଖବର ପ୍ରସାରଣ ପରେ ୩୨ ଜଣଙ୍କୁ କାଢିଥିଲେ ଶ୍ରୀମନ୍ଦିର ପ୍ରଶାସନ  । ପୂର୍ବ ସରକାରରେ ବାରମ୍ବାର ପୁନଃ ନିଯୁକ୍ତି ପାଇଁ ଠପ୍ ହୋଇ ପଡିଥିଲା କାମ  ।

ଅଦ୍ୟତନ ହୋଇଛି
puri-----------

କନକ ବ୍ୟୁରୋ: ଶ୍ରୀମନ୍ଦିର କାର୍ଯ୍ୟାଳୟରୁ କେବେ ବାହାରିବେ ୧୮ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଥମେ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କାଢିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏବେ ଆହୁରି ୧୮ ଜଣ ଚାକିରିରେ ଥିବା ବେଳେ ତାଙ୍କୁ କେବେ ବାହାର କରାଯିବ ତାକୁ ନେଇ ପ୍ରଶ୍ନ ଉଠିଛି ।

ପୂର୍ବ ସରକାରରେ ବାରମ୍ବାର ପୁନଃ ନିଯୁକ୍ତି ହେବା ଫଳରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ନିଯୁକ୍ତି ସୁଯୋଗ ମଧ୍ୟ ଠପ୍ ହୋଇଯାଇଥିଲା । ଏବେ ବିଜେପି ସରକାର ଏ ନିଯୁକ୍ତି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଏବେ ଖାଲି ହେବାକୁ ଥିବା ପଦବୀକୁ ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ୍ କମିଶନ ଜରିଆରେ ପୂରା କରିବାକୁ ସରକାରଙ୍କୁ ସୁପାରିଶ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe