କନକ ବ୍ୟୁରୋ : ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ତାରି ଭାଷାରେ ଜବାବ୍ ଦେଇଛି । ପାକିସ୍ତାନ ଭିତରେ ପଶି ଭାରତ ଏୟାରଷ୍ଟ୍ରାଇକ୍ କରିଥିଲା । ଏଥିରେ ପାକିସ୍ତାନୀ ୯ ଟି ଆତଙ୍କୀ ଠିକଣା ଧ୍ୱଂସ ହୋଇଥିବା ବେଳେ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଏହି ପ୍ରତିଜବାବ ପରେ ପ୍ରତିଟି ଭାରତୀୟ ସରକାରଙ୍କୁ ପ୍ରଶଂସା କରୁଛନ୍ତି । ହେଲେ ଏହି ଅପରେସନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା  ଦୁଇଜଣ ମହିଳାଙ୍କ ବାବଦରେ ଭାରତରେ କମ ଆଲୋଚନା ହେଉଛି । ଏହି ଦୁଇ ମହିଳା ହେଲେ କର୍ନଲ ସୋଫିଆ କ୍ୟୁରେସୀ ଓ ୱିଙ୍ଗ କମାଣ୍ଡର ବ୍ୟାମିକା ସିଂ ।

Advertisment

କର୍ନଲ ସୋଫିଆ ଓ ବ୍ୟାମିକାଙ୍କ ବାବଦରେ କିଛି କିଛି ଜାଣିବା ପରେ ଏବେ ତାଙ୍କୁ ଦେଶରୁ ପ୍ରଶଂସାର ସୂଅ ଛୁଟୁଛି । ସୋଫିଆଙ୍କ ବାବଦରେ କହିବାକୁ ଗଲେ ସେ ଭାରତୀୟ ବାୟୁସେନାର ସେହି ସାହସୀ ଅଧିକାରୀ ଯାହାଙ୍କୁ ୨୦୨୦ ରେ ଭାରତର ସୁପ୍ରିମକୋର୍ଟ ବି ସଲାମ କରିଥିଲେ । ସୁପ୍ରିମକୋର୍ଟ ତାଙ୍କର ଏକ ଐତିହାସିକ ନିଷ୍ପତ୍ତିରେ ସେନାରେ ମହିଳାଙ୍କ ସ୍ଥାୟୀ କମିଶନ ଦେବାକୁ କହିଥିଲେ । ଏତିକି ବେଳେ କୋର୍ଟ କର୍ନଲ ସୋଫିଆଙ୍କ ଉଦାହରଣ ଦେଇଥିଲେ । କୋର୍ଟ କହିଥିଲେ କି ମହିଳା ଅଧିକାରୀମାନେ ପୁରୁଷ ଅଧିକାରୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ କାମ କରୁଛନ୍ତି, ସେମାନେ ଭାରତୀୟ ସେନାର ଗୌରବ ବଢାଉଛନ୍ତି । 

ଦେଶର ସର୍ବୋଚ୍ଚ ନ୍ୟାୟାଳୟର ତକ୍ରାଳୀନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ  ଓ ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ବେଂଚ ମହିଳା ଅଧିକାରୀଙ୍କ ଉପଲବ୍ଧିକୁ ନେଇ ଚର୍ଚ୍ଚା କରିଥିଲେ । ଏହି କ୍ରମରେ କୋର୍ଟ ସର୍ବପ୍ରଥମେ କର୍ନଲ ସୋଫିଆଙ୍କ ନାମ ନେଇଥିଲେ ।

କର୍ନଲ ସୋଫିଆ ପ୍ରଥମଥର ଏକ ଅର୍ନ୍ତରାଷ୍ଟ୍ରୀୟ ସେନା ଅଭ୍ୟାସରେ ଭାରତୀୟ ସେନାର କମାଣ୍ଡ ସମ୍ଭାଳିଥିଲେ । ଏହା ଭାରତରେ ଅନୁଷ୍ଠିତ ହୋଇଥିବା ସବୁଠାରୁ ବଡ଼ ବହୁରାଷ୍ଟ୍ରୀୟ ସମରାଭ୍ୟାସ । ସୋଫିଆ ଆର୍ମିର ସିଗ୍ନାଲ କୋର ଓ ଟେକନିକ୍ କମ୍ୟୁନିକେଶନରେ ଦକ୍ଷ । ୨୦୦୬ ରେ କଙ୍ଗୋର ସଂଯୁକ୍ତ ରାଷ୍ଟ୍ର  ଶାନ୍ତି ମିଶନରେ ଭାଗ ନେଇଥିଲେ । ସେଠାରେ ସେ ସିଜଫାୟାର ଉପରେ ନଜର ଓ ମାନବତା ସହ ଜଡିତ କିଛି କାମ କରିଥିଲେ ।

ସୋଫିଆଙ୍କ ଜନ୍ମ ୧୯୭୪ ମସିହାରେ ଗୁଜରାଟର ବଡୋଦରାରେ ହୋଇଥିଲା । ସେ ବାୟୁକେମେଷ୍ଟ୍ରିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହାସହ ପୂର୍ବ ଭାରତରେ ବନ୍ୟା ବାତ୍ୟା ବେଳେ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମକା ନିର୍ବାହ କରିଛନ୍ତି ।