କନକ ବ୍ୟୁରୋ: ପାଚେରିର ଏ ଫାଙ୍କ ଦେଖିବାକୁ ଅତି ସାଧାରଣ । କିନ୍ତୁ ସେଇ ଫାଙ୍କ ମଧ୍ୟରୁ ଯେଉଁ ଦୁଇଟି ଆଖି ନିରବରେ ଝଲମଲ କରୁଛି, ସେ ଆଖି ଦୁଇଟି ସାରା ସଂସାରର ଦୁଃଖ କଷ୍ଟ ବୁଝୁଥିବା ଦୁଇଟି ଦୁର୍ଲଭ ଆଖି । କାରଣ ଏ ହେଉଛନ୍ତି ଆମ ଆରାଧ୍ୟ, ଆମ ଆତ୍ମା, ଆମ ନିଶ୍ବାସର ଅନ୍ୟ ନାଁ ବୋଲାଉଥିବା ମହାପ୍ରଭୁ ଜଗନ୍ନାଥଙ୍କ ଚକାଆଖି । ଯିଏ ସର୍ବବ୍ୟାପ୍ତ ତାଙ୍କୁ କିଏ ବା ଏ ପାଚେରି ଭିତରେ ବନ୍ଦ କରିପାରିବ? ସେଥିପାଇଁ ତ ଛୋଟିଏ ବିନ୍ଦୁର ବାଟ କାଢ଼ି ଦେଖୁନ କେମିତ କାଳିଆ ଆମକୁ କଣେଇ କଣେଇ ଚାହୁଁଛି । ଆଉ ଭକ୍ତଙ୍କୁ ବିକଳ ହୋଇ ଖୋଜୁଛି । ଲାଗୁଛି ଯେମିତି କାଳିଆ ପାଚେରି ସେପଟୁ ଭକ୍ତଙ୍କୁ କେମିତି ଅଛ ବୋଲି ପଚାରୁଛି ? ଦାରୁଦିଅଁ ବୋଲି ଚୁପ ରହିଲେ ବି ସବୁ ଦୁଃଖକୁ ପଢ଼ି ନେଉଛି । ସେଇ ବାଙ୍କ ଚାହାଣିରେ ଭରି ରହିଛି ଅପାର କରୁଣା, ଅସୀମ ଧୈର୍ଯ୍ୟ ଆଉ ଅମାପ ଭଲପାଇବା ।
ଏ ସ୍ବାର୍ଥପର ଦୁନିଆରେ ଆମେ ଅନେକ ପାଚେରି ତିଆରି କରିଦେଇଛୁ । ଧର୍ମର, ଜାତିର, ଅହଂକାରର, ଲୋଭର । ଆମେ ଭାବୁଛୁ ଏସବୁ ପାଚେରି ଆମକୁ ସୁରକ୍ଷା ଦେବ । କିନ୍ତୁ ମହାପ୍ରଭୁଙ୍କ ଏଇ ଗୋଟିଏ ଝଲକ ସେ ପାଚେରି ସବୁ ଭାଙ୍ଗିବାକୁ ଯଥେଷ୍ଟ । ସେଥିପାଇଁ ସେ ପାଚେରି ଫାଙ୍କରୁ ଦେଖି ଆମକୁ ଡ କହୁଛନ୍ତି ତୁମେ ଯଦି ମୋତେ ଥରେ ଡାକିବ ମୁଁ ତୁମ ପାଖକୁ ହଜାର ଥର ଦୌଡ଼ି ଆସିବି । ଏ ମନ୍ଦିର ଭିତରେ ସିନା ସେ ଚୁପଚାପ ବସିଛି କିନ୍ତୁ ତା ଦୁଇ ଆଖି ଆମକୁ କହୁଛି... ମଣିଷ ଭାବେ ତୁ ଭୁଲ କରିଛୁ କିନ୍ତୁ ଆଦୌ ଭୟ କରନି, ହାରିଯାଇଛୁ ଯଦି ଆଶା ଛାଡ଼େନି । ଯଦି ତୋତେ ସମସ୍ତେ ଛାଡ଼ିଦିଅନ୍ତି ତେବେ ତୋ ପାଇଁ ମୁଁ ଅଛି । ତୋ ଭକ୍ତିଭାବରେ ଭିଜାଇବାକୁ ବଡ଼ ଦେଉଳ ନୁହେଁ ତୋ ମନକୁ ହିଁ ମନ୍ଦିର କରିଦେ ।
ଏ ଖବର କେନ୍ଦୁଝରର ପ୍ରସିଦ୍ଧ ସିଦ୍ଧ ଜଗନ୍ନାଥ ମନ୍ଦିରର । ରାଜ ରଜୁଡ଼ା ଅମଳରରୁ ତିଆରି ଏହି ମନ୍ଦିରର ଏକ ବିଶେଷତ୍ବ ରହିଛି । ଏହି ମନ୍ଦିରରେ କେବଳ ଜଗନ୍ନାଥଙ୍କ ମୂର୍ତ୍ତି ରହିଛି । ଆଉ ଗରୁଡ଼ ସ୍ତମ୍ଭ ବଦଳରେ ରହିଛି ସିଦ୍ଧ ହନୁମାନଙ୍କ ସ୍ତମ୍ଭ । ମନ୍ଦିରର ମୁଖ୍ୟ ଦ୍ଵାର ବନ୍ଦ ରହିଥିଲେ ବି ମହାପ୍ରଭୁଙ୍କ ଦର୍ଶନ ଏହି ପାଚେରି ଫାଙ୍କରୁ କରି ହେଉଛି । ଆଉ ଯାହାକୁ ଦେଖି ଭାବୁକ ହୋଇପଡ଼ୁଛନ୍ତି ଭକ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/04/jaga-dekhuchi-2026-01-04-16-12-48.jpg)