କନକ ବ୍ୟୁରୋ : ସହର ସାରା ଖାଲ ଢିପ ରାସ୍ତା । କେଉଁଠି ପାଣି ଜମିଛି ତ କେଉଁଠି ପିଚୁ ଉଠିଯାଇଛି । କଟକ ସହରରେ ଏବେ ଏଭଳି ସ୍ଥିତି । ଦଶହରାକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଏଯାଏଁ ସରିପାରିନି ରାସ୍ତା କାମ । ପ୍ରତିବର୍ଷ ଦଶହରା ପୂର୍ବରୁ ରାସ୍ତା ମରାମତି ହୋଇଥାଏ । ଚଳିତ ବର୍ଷ ଏବେ ବି ୬୦ ପ୍ରତିଶତ ରାସ୍ତାର ମରାମତି ହୋଇନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହର ବାସିନ୍ଦା ।

Advertisment

ଖରାପ ରାସ୍ତା ଯୋଗୁଁ ଯାତାୟାତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ବି ଘଟୁଛି । ବର୍ଷା ଯୋଗୁଁ ଏବେ ମରାମତି କାମ ବନ୍ଦ ଅଛି । ବର୍ଷା ଛାଡ଼ିଲେ ପୂଜା ପୂର୍ବରୁ ହିଁ ମରାମତି ସରିବ ବୋଲି ମେୟର କହିଛନ୍ତି । ଦଶହରା ପୂର୍ବରୁ ରାସ୍ତା କାମ ସରୁଛି ନା ନାହିଁ ତାକୁ ଅପେକ୍ଷା କରିଛନ୍ତି ସହରବାସୀ ।